ଶାରଜାହ: ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ କୋଲକାତାକୁ ୧୩୬ ରନ୍ ଟାର୍ଗେଟ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । କୋଲକାତା ନାଇଟ ରାଇଡର୍ସର ଶୃଙ୍ଖଳିତ ବୋଲିଂ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସର କୌଣସି ଖେଳାଳି ଅଧିକ ବଡ଼ ସଟ୍ ଖେଳିବାରେ ସକ୍ଷମ ହୋଇ ପାରିନଥିଲେ । ପ୍ରଥମ ୱିକେଟ ପାଇଁ ପୃଥ୍ବୀ ଶ ଓ ଶିଖର ଧାୱନ ୩୨ ରନ୍ ଭାଗିଦାରୀ କରିଥିଲେ । ଏହାପରେ ପୃଥ୍ବୀ ଶ'ଙ୍କୁ ୧୮ ରନ୍ରେ ଆଉଟ କରିଥିଲେ ବରୁଣ ଚକ୍ରବର୍ତ୍ତୀ ।
ମାର୍କସ ଷ୍ଟୋନିସ ଓ ଶିଖର ଧାୱନଙ୍କ ମଧ୍ୟରେ କିଛି ସମୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ ଦୁହେଁ କୌଣସି ବଡ଼ ସଟ୍ ଖେଳିବାରେ ସମର୍ଥ ହୋଇ ପାରିନଥିଲେ । ଷ୍ଟୋନିସ ମଧ୍ୟ ୧୮ ରନ୍ କରି ଶିଭମ ମାଭିଙ୍କ ଶିକାର ପାଲଟିଥିଲେ । ସେପଟେ ଶିଖର ଧାୱନ ଲଗାତାର ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ । ସେ ୩୯ଟି ବଲ୍ରେ ମାତ୍ର ୩୬ ରନ୍ ହିଁ କରିବାକୁ ସକ୍ଷମ ହୋଇଥିଲେ ।