ଓଡିଶା

odisha

ETV Bharat / sports

କ୍ବାରେଣ୍ଟିନରେ ବୁମରାଙ୍କ ଜୋରଦାର ଅଭ୍ୟାସ - jasprit bumrah quarantine

କ୍ବାରେଣ୍ଟିନରେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି ଫାଷ୍ଟ ବୋଲର ଯଶପ୍ରୀତ ବୁମରା। ବିବାହ ପାଇଁ ଇଂଲଣ୍ଡ ବିପକ୍ଷରେ ଶେଷ ଦୁଇଟି ଟେଷ୍ଟ, ଦିନିକିଆ ଓ ଟି-20 ସିରିଜରୁ ବିରତି ନେଇଥିଲେ ଯଶପ୍ରୀତ ବୁମରା। ଅଧିକ ପଢ଼ନ୍ତୁ...

କ୍ବାରେଣ୍ଟିନରେ ବୁମରାଙ୍କ ଜୋରଦାର ଅଭ୍ୟାସ
କ୍ବାରେଣ୍ଟିନରେ ବୁମରାଙ୍କ ଜୋରଦାର ଅଭ୍ୟାସ

By

Published : Mar 30, 2021, 7:37 PM IST

ମୁମ୍ବାଇ: କ୍ବାରେଣ୍ଟିନରେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି ଫାଷ୍ଟ ବୋଲର ଯଶପ୍ରୀତ ବୁମରା। ବିବାହ ପାଇଁ ଇଂଲଣ୍ଡ ବିପକ୍ଷରେ ଶେଷ ଦୁଇଟି ଟେଷ୍ଟ, ଦିନିକିଆ ଓ ଟି-20 ସିରିଜରୁ ବିରତି ନେଇଥିଲେ ଯଶପ୍ରୀତ ବୁମରା। ଆଇପିଏଲର 14ତମ ସଂସ୍କରଣ ପାଇଁ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି। ତେବେ ଏହାପୂର୍ବରୁ ବିସିସିଆଇର କୋଭିଡ୍ ଏସଓପି ଅନୁଯାୟୀ ସେ 7 ଦିନ କ୍ବାରେଣ୍ଟିନରେ ରହିଛନ୍ତି।

ତେବେ କ୍ବାରେଣ୍ଟିନରେ ଥାଇ ମଧ୍ୟ ନିଜକୁ ଫିଟ ରଖିବାକୁ ଟ୍ରେନିଂ କରୁଛନ୍ତି ଯଶପ୍ରୀତ ବୁମରା। ଏହାକୁ ନେଇ ଏକ ଭିଡିଓ ସେ ଟ୍ବିଟ କରିଛନ୍ତି। ଭିଡିଓରେ ଯଶପ୍ରୀତ ବୁମରା କିଛି ବ୍ୟାୟାମ ଉପକରଣ ସାହାଯ୍ୟରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ସେ ଟ୍ବିଟ କରିଛନ୍ତି ଯେ, "କ୍ୱାରେଣ୍ଟିନ ସହ ଅଭ୍ୟାସ ଜାରି।"

କ୍ବାରେଣ୍ଟିନ ମଧ୍ୟରେ ପ୍ରତ୍ୟେକ ଖେଳାଳିଙ୍କ କୋରୋନା ଯାଞ୍ଚ କରାଯିବ। କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ଦଳରେ ଯୋଗ ଦେଇ ପାରିବେ କ୍ରିକେଟର। ଏହାପୂର୍ବରୁ ଗତ ସୋମବାର ଦଳରେ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଧିକ ପାଣ୍ଡ୍ୟା ଓ କୃଣାଲ ପାଣ୍ଡ୍ୟା ଦଳରେ ଯୋଗ ଦେଇଛନ୍ତି। ତେବେ ଇଂଲଣ୍ଡ ବିପକ୍ଷ ସିରିଜରେ ଏହି ଖେଳାଳିମାନେ ବାୟୋବବଲରେ ରହିଥିବାରୁ ସେମାନଙ୍କୁ କ୍ବାରେଣ୍ଟିନରେ ରହିବାକୁ ହେବନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details