ଓଡିଶା

odisha

ETV Bharat / sports

ଆଇପିଏଲରୁ ମିଚେଲ ମାର୍ଶ ଆଉଟ, ଏସଆରଏଚରେ ଜେଶନ ରଏ ସାମିଲ - ମିଚେଲ ମାର୍ଶ

ଆଇପିଏଲ 2021ରୁ ହଟିଲେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ। ତାଙ୍କ ସ୍ଥାନରେ ସନରାଇଜର ହାଇଦ୍ରାବାଦରେ ସାମିଲ ହୋଇଛନ୍ତି ଇଂଲଣ୍ଡ କ୍ରିକେଟର ଜେଶନ ରଏ। ଅଧିକ ପଢ଼ନ୍ତୁ...

ଆଇପିଏଲରୁ ମିଚେଲ ମାର୍ଶ ଆଉଟ, ଏସଆରଏଚରେ ଜେଶନ ରଏ ସାମିଲ
ଆଇପିଏଲରୁ ମିଚେଲ ମାର୍ଶ ଆଉଟ, ଏସଆରଏଚରେ ଜେଶନ ରଏ ସାମିଲ

By

Published : Mar 31, 2021, 7:50 PM IST

Updated : Mar 31, 2021, 8:18 PM IST

ନୂଆଦିଲ୍ଲୀ: ଆଇପିଏଲ 2021ରୁ ହଟିଲେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ। ତାଙ୍କ ସ୍ଥାନରେ ସନରାଇଜର ହାଇଦ୍ରାବାଦରେ ସାମିଲ ହୋଇଛନ୍ତି ଇଂଲିଶ କ୍ରିକେଟର ଜେଶନ ରଏ। ଆଇପିଏଲ ଖେଳିବାକୁ ହେଲେ ପ୍ରତ୍ୟେକ ଖେଳାଳିଙ୍କୁ ବାୟୋବବଲରେ ରହିବାକୁ ହେବ। ତେବେ ମିଚେଲ ମାର୍ଶ ବାୟୋ ବବଲରେ ରହିବାକୁ ଚାହୁଁନଥିଲେ।

ଏହାକୁ ନେଇ ସେ ପୂର୍ବରୁ ବିସିସିଆଇକୁ ଜଣାଇଥିଲେ। ସନରାଇଜର ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ବ କରୁଥିଲେ ମିଚେଲ ମାର୍ଶ। ବାୟୋବବଲ ସମସ୍ୟା ନେଇ ସେ ନିଜ ଫ୍ରାଞ୍ଚାଇଜକୁ ମଧ୍ୟ ଜଣାଇଥିଲେ । ସେପଟେ ସନରାଇଜର ହାଇଦ୍ରାବାଦ ଇଂଲଣ୍ଡ ଓପନର ଜେଶନ ରଏଙ୍କ ସହ ଚୁକ୍ତି କରିଛି । ଏହାକୁ ନେଇ ସନରାଇଜର ହାଇଦ୍ରାବାଦ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ବିପକ୍ଷରେ ଉଭୟ ଟି-20 ଓ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ଜେଶନ ରଏ।

2020ରେ ମିଚେଲ ମାର୍ଶଙ୍କୁ ତାଙ୍କ ବେସ ପ୍ରାଇସ 2 କୋଟି ଟଙ୍କାରେ କିଣିଥିଲା। 2020 ଆଇପିଏଲରେ ମଧ୍ୟ ସେ ଅଧିକାଂଶ ମ୍ୟାଚ ଖେଳି ପାରିନଥିଲେ। 2010 ମସିହାରେ ମିଚେଲ ମାର୍ଶ ଆଇପିଏଲରେ ଡେବ୍ୟୁ କରିଥିଲେ। ତାଙ୍କ ପ୍ରତି ବଦଳରେ ଦଳରେ ସାମିଲ ହୋଇଥିବା ଜେଶନ ରଏ 2017 ମସିହାରେ ଆଇପିଏଲରେ ଡେବ୍ୟୁ କରିଥିଲେ। ଜେଶନ ରଏଙ୍କ ବେସ ପ୍ରାଇସ ମଧ୍ୟ 2 କୋଟି ରହିଥିଲା।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲ ଆୟୋଜନ ପାଇଁ ଏସଓପି ଜାରି କରିଛି। ଏହି ଏସଓପି ଅନୁଯାୟୀ ବାୟୋବବଲରେ ନଥିବା ଖେଳାଳିଙ୍କୁ କ୍ବାରେଣ୍ଟିନରେ ରହିବାକୁ ହେବ। ଏହାପରେ ଦଳୀୟ ଖେଳାଳି ଓ ଅନ୍ୟ କୋଚିଂ ଷ୍ଟାଫଙ୍କ ସହ ଟୁର୍ଣ୍ଣାମେଣ୍ଟ ଚାଲୁଥିବାବେଳେ ବାୟୋବବଲରେ ରହିବାକୁ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 31, 2021, 8:18 PM IST

ABOUT THE AUTHOR

...view details