ଦୁବାଇ:ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଓପନର ଦେବଦତ୍ତ ପାଦ୍ଦିକଲ ସକାରାତ୍ମକ ରହିଛନ୍ତି । ତାଙ୍କ ମତରେ ଦୁଇ ପର୍ଯ୍ୟାୟ ଆଇପିଏଲ ମଧ୍ୟର ପର୍ଯ୍ୟାପ୍ତ ପରିମାଣରେ କ୍ରିକେଟ ଖେଳିବାକୁ ମିଳିଥିଲା । ଏଥିପାଇଁ ଦୁଇଟି ପର୍ଯ୍ୟାୟ ମଧ୍ୟରେ ଅଧିକ ସମୟ ବିତିନଥିବା ଭଳି ମନେ ହେଉଛି ।
ରବିବାର ଏକ ଭର୍ଚ୍ଚୁଆଲ ସାକ୍ଷାତକାରରେ RCBର ଓପନର ଦେବଦତ୍ତ ପାଦ୍ଦିକଲ କହିଛନ୍ତି ଯେ, "ମୋତେ ଲାଗୁଛି ଟୁର୍ଣ୍ଣାମେଣ୍ଟ ଜାରି ରହିଥିଲା ଓ ଆମେ ଆଉ ଏକ ମ୍ୟାଚ ଖେଳିବାକୁ ଯାଉଛୁ । ଲମ୍ବା ବ୍ରେକ ନେଇଥିବା ଭଳି ମନେ ହେଉନାହିଁ । କାରଣ ଆଇପିଏଲର ପ୍ରଥମ ପର୍ଯ୍ୟାୟ ବନ୍ଦ ହେବାପରେ ପର୍ଯ୍ୟାପ୍ତ ପରିମାଣରେ କ୍ରିକେଟ ଖେଳିବାକୁ ମିଳିଥିଲା । ପୂର୍ବରୁ ଯେଉଁ ଲୟ ଆମେ ପାଇଥିଲୁ ତାହାକୁ ନେଇ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ ।"