ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଲଗାତାର ତିନୋଟି ମ୍ୟାଚ୍ରେ ପରାଜିତ ହୋଇସାରିଛି ଚାରି ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ(CSK) । ମୁମ୍ବାଇର ବ୍ରାବୋର୍ନୋ ଷ୍ଟାଡିୟମରେ ରବିବାର ଚେନ୍ନାଇ ଖେଳିଥିବା ତୃତୀୟ ମ୍ୟାଚ୍ରେ ମଧ୍ୟ ପଞ୍ଜାବ କିଙ୍ଗ୍ସ ଠାରୁ ପରାସ୍ତ ହୋଇଛି । ଚଳିତ ସିଜିନ ପରି UAEରେ ଖେଳାଯାଇଥିବା ଆଇପିଏଲ ୨୦୨୦ରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିଜୟ ପାଇଁ ସଂଘର୍ଷ କରିଥିଲା ଡିଫେଣ୍ଡିଂ ଚାମ୍ପିୟନ । ସବୁଠୁ ମଜାଦାର କଥା ହେଉଛି, ଉଭୟ ସିଜିନରେ ଗୋଟିଏ ଜିନିଷ ସାଧାରଣ ରହିଛି, ତାହା ହେଉଛି ଷ୍ଟାର ବ୍ୟାଟ୍ର ସୁରେଶ ରାଇନାଙ୍କ ଅନୁପସ୍ଥିତି ।
ବର୍ଷ ୨୦୨୦ରେ ଯେବେ ଆଇପିଏଲ UAEରେ ଖେଳାଯାଇଥିଲା, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଠିକ୍ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ରାଇନା ଘରକୁ ଫେରିଆସିଥିଲେ । ସଂପୂର୍ଣ୍ଣ ସିଜିନରେ ସେ ନିଜକୁ ଟିମଠାରୁ ପୃଥକ ରଖିଥିଲେ ଓ CSK ମିଷ୍ଟର ଆଇପିଏଲଙ୍କ ଅନପସ୍ଥିତି ବିଶେଷ ଭାବେ ଅନୁଭବ କରିଥିଲା । ଫଳରେ ପ୍ରଥମ ଥର ପାଇଁ ଏଲୋଆର୍ମୀ ପ୍ଲେ-ଅଫ୍ରେ ପହଞ୍ଚିବାକୁ ବିଫଳ ହୋଇଥିଲା ।
CSK ପୁଣିଥିରେ ସଂଘର୍ଷ କରୁଥିବାବେଳେ 'Chinna Thala'ଙ୍କ ଅନୁପସ୍ଥିତି ଅନୁଭବ କରୁଛି । CSK ମ୍ୟାନେଜମେଣ୍ଟ ରାଇନାଙ୍କୁ ରିଲିଜ କରିବା ପରେ ଅକ୍ସନରେ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଅନ୍ୟକୌଣସି ଫ୍ରାଞ୍ଚାଇଜ ମଧ୍ୟ ରାଇନାଙ୍କୁ ନିଜର ଟିମରେ ନେବାପାଇଁ ଆଗ୍ରହ ଦେଖାଇନଥିଲେ । ଫଳରେ ଆଇପିଏଲର ଏହି ସିଜିନରେ ତାଙ୍କୁ ଅନସୋଲ୍ଡ ରହିବାକୁ ପଡିଥିଲା ।