ଶାରଜାହ:ଆଇପିଏଲର ୪୬ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଶ୍ରେୟର ଆୟର ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ମୁମ୍ବାଇକୁ ୪ ୱିକେଟରେ ହରାଇବାକୁ ସଫଳ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୧୩୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଦିଲ୍ଲୀ ।
ତେବେ ପାୱର-ପ୍ଲେ ରେ ୪ ୱିକେଟ ହରାଇ ସଙ୍କଟରେ ପଡିଥିଲା । ୧୦ ଓଭର ଖେଳ ଶେଷ ସୁଦ୍ଧା ଦିଲ୍ଲୀ ୪ ୱିକେଟ ହରାଇ ୬୪ ରନ୍ ସଂଗ୍ରହ କରିଥିଲା ଓ ବିଜୟ ପାଇଁ ଅଧିକ ୬୫ ରନ୍ ଆବଶ୍ୟକ କରୁଥିଲା । ମାତ୍ର ମୁମ୍ବାଇ ଇଣ୍ଡିଆନ୍ସ ବୋଲର ଘାତକ ବୋଲିଂ ସହ ମ୍ୟାଚ୍ ନିଜ ନିୟନ୍ତ୍ରଣକୁ ନେଇଥିଲେ ।