ଓଡିଶା

odisha

ETV Bharat / sports

ତାମିଲନାଡୁ ବିଧାନସଭାରେ ଆଇପିଏଲ ଝଡ, CSK ଦଳକୁ ବ୍ୟାନ ଦାବି

ତାମିଲନାଡୁ ବିଧାନସଭାରେ ଆଇପିଏଲକୁ ନେଇ ଝଡ ସୃଷ୍ଟି ହୋଇଛି । ଇଣ୍ଡିଆନ ପ୍ରିମିୟର ଲିଗର ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ପିଏମକେ ବିଧାୟକ ଏସ ପି ଭେଙ୍କଟେଶ୍ବରନ । ଅଧିକ ପଢନ୍ତୁ

By

Published : Apr 12, 2023, 12:01 PM IST

ipl storm in tamilnadu assembly
ତାମିଲନାଡୁ ବିଧାନସଭାରେ ଆଇପିଏଲ ଝଡ

ଚେନ୍ନାଇ: ତାମିଲନାଡୁ ବିଧାନସଭାରେ ଆଇପିଏଲକୁ ନେଇ ଝଡ ସୃଷ୍ଟି ହୋଇଛି । ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପରକିଙ୍ଗସ ଦଳକୁ ବ୍ୟାନ ପାଇଁ ତାମିଲନାଡୁ ବିଧାନସଭାରେ ଦାବି ଜୋର ଧରିଛି । ପିଏମକେ ବିଧାୟକ ଏସ ପି ଭେଙ୍କଟେଶ୍ବରନ ବିଧାନସଭାରେ ଧୋନୀଙ୍କ ନେତୃତ୍ବାଧୀନ ଟିମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଦଳରେ ରାଜ୍ୟ ଜଣେ ବି ଖେଳାଳି ନଥିବାକୁ ତାମିଲନାଡୁ ସରକାରଙ୍କୁ ସିଏସକେ ଦଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଦଳରେ ରାଜ୍ୟରୁ ଜଣେ ବି ଖେଳାଳି ନାହାନ୍ତି ମାତ୍ର ଦଳ ଟିଏମ ଟିମ ବ୍ରାଣ୍ଡ ଭାବରେ ଉଭା ହୋଇଥିବା କହିଛନ୍ତି ବିଧାୟକ ଏସ ପି ଭେଙ୍କଟେଶ୍ବରନ ।

ବିଧାୟକ ଏସ ପି ଭେଙ୍କଟେଶ୍ବରନ କହିଛନ୍ତି, ''ତାମିଲନାଡୁରେ ଦକ୍ଷ ଖେଳାଳି ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ରାଜ୍ୟରୁ ଜଣେ ବି ଖେଳାଳିଙ୍କୁ ଚୟନ କରିନାହିଁ । ତାମିଲନାଡୁ ଟିମ ଭାବରେ ସେମାନେ ଆମ ଲୋକଙ୍କ ନିକଟରୁ ବିଜ୍ଞାପନ ଜରିଆରେ ଲାଭବାନ ହେଉଛନ୍ତି । ମାତ୍ର ଦଳରେ ରାଜ୍ୟର ଗୋଟିଏ ବି ଖେଳାଳି ନାହାନ୍ତି । ବହୁ ପ୍ରତିଭାବାନ ଖେଳାଳି ଥିବା ବି ଚେନ୍ନାଇ ସୁପର କିଙ୍ଗସ ସେମାନଙ୍କ ଉପରେ ଗୁରୁତ୍ବ ଦେଇନାହିଁ ଯାହା ଖେଳାଳିଙ୍କ ପ୍ରତି ଭୁଲ । ତେଣୁ ଦଳ ଉପରେ ପ୍ରତିବନ୍ଧକ ଲଗାଯାଉ । ''

ସେହିପରି ଅନ୍ୟପଟେ, ଏଆଇଏଡିଏମକ ବିଧାୟକ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଡିଏମକେ ଉଦୟନିଧି ଆଇପିଏଲ ଟିକେଟ ନେଇ ବିଧାନସଭାରେ କିଛି ଉତ୍ତର ରଖିଥିଲେ । ଚେନ୍ନାଇରେ ହେବାକୁ ଥିବା ସମସ୍ତ ମ୍ୟାଚରେ ବିଧାୟକଙ୍କ ପାଇଁ ଫ୍ରି ପାସ ସେବା କରିବାକୁ ଦାବି କରିଥିଲେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏସ ପି ଭେଲୁମାନି । ଉତ୍ତରରେ ତାମିଲନାଡୁ କ୍ରୀଡା ମନ୍ତ୍ରୀ ଉଦୟନିଧି କହିଥିଲେ, ''ଯିଏ ଆଇପିଏଲ ମ୍ୟାଚ ପାଇଁ ଫ୍ରି ପାସ ଚାହୁଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ଏବଂ ତୁମ ଘନିଷ୍ଠ ବନ୍ଧୁ ଅମିତ ଶାହଙ୍କ ସହ ଯୋଗାଯୋଗ କରନ୍ତୁ ।''

ଏହା ବି ପଢନ୍ତୁ...IPL 2023: ମ୍ୟାଚ ଜିତିବା ପରେ ଆଚରଣ ବିଧି ଉଲ୍ଲଙ୍ଘନ କଲେ ଅଭେଶ, ଧିମା ଓଭର ପାଇଁ ଡୁପ୍ଲେସିସଙ୍କୁ ଫାଇନ

ଏହା ବି ପଢନ୍ତୁ...IPL 2023: ବାବରଙ୍କ ପରେ କୋହଲିଙ୍କୁ ଟାର୍ଗେଟ୍ କଲେ ସାଇମନ, କହିଲେ ମାଇଲ୍‌ଷ୍ଟୋନ ପାଇଁ ଖେଳୁଛନ୍ତି ବିରାଟ

ପ୍ରକାଶଥାଉ କି, ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସିପର କିଙ୍ଗସ ଆଇପିଏଲରେ ଏକ ସଫଳ ଦଳ ଭାବରେ ଗଣିତ । 4 ଥର ଚମ୍ପିଆନ ଟ୍ରଫି ହାତେଇଛି ଚେନ୍ନାଇ । 2010, 2011, 2028 ଓ 2021 ଆଇପିଏଲ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଥିଲା ଚେନ୍ନାଇ ସୁପର କିଙ୍ଗସ । ଟି-ଟ୍ବେଣ୍ଟି କ୍ରିକେଟ ଫର୍ମାଟ ଆଇପିଏଲ ବିସିସିଆ ଦ୍ବାରା ଆରମ୍ଭ ହୋଇଥିଲା ।

ABOUT THE AUTHOR

...view details