ହାଇଦ୍ରାବାଦ: ବର୍ଷ ୨୦୨୩ରୁ ୨୦୨୭, ୫ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର(IPL) ପ୍ରସାରଣ ଅଧିକାର(IPL media rights) ହାତେଇବାକୁ ସୋମବାର ରହିଛି ଇ-ଅକ୍ସନର ଦ୍ବିତୀୟ ଦିନ । ରବିବାର ପ୍ରଥମ ଦିନରେ ନିଲାମ ଶେଷ ସୁଦ୍ଧା ଏହା ସ୍ପଷ୍ଟ ହୋଇସାରିଥିଲା ଯେ ବିଶ୍ବ କ୍ରୀଡାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ(BCCI) ବୃହତ୍ତମ ଓ ମହଙ୍ଗା ମିଡିଆ ରାଇଟ୍ସ ମିଳିବାକୁ ଯାଉଛି । ପ୍ରଥମ ଦିନରେ BCCI ପକେଟକୁ ୪୩,୦୫୦ କୋଟିରୁ(ପାୟ $ ୫.୫ ବିଲିଅନ) ଅଧିକ ମୂଲ୍ୟର ଟଙ୍କା ଆସିବାକୁ ଯାଉଛି ସ୍ପଷ୍ଟ ହୋଇଥିଲା ।
IPL media rights: ମ୍ୟାଚ୍ ପିଛା ମୂଲ୍ୟରେ ପ୍ରିମିୟର ଲିଗ୍କୁ ପଛରେ ପକାଇଲା IPL ଗତ ପ୍ରସାରଣ ଅଧିକାର ଠାରୁ ଚଳିତ ଥର ଏହି ପରିମାଣ ୨୬,୦୫୦ କୋଟି ଟଙ୍କା ($୩.୩ ବିଲିଅନ) ବୃଦ୍ଧି ହେବାକୁ ଯାଉଛି । କାରଣ ପ୍ରଥମ ଦିନରେ ଅସମାପ୍ତ ନିଲାମ ଶେଷ ସୁଦ୍ଧା IPLର ପ୍ରତି ମ୍ୟାଚ୍ ମୂଲ୍ୟ ୧୦୪ କୋଟିରୁ ଅଧିକ($୩.୪) ହୋଇସାରିଛି । ଯାହାକି ଇଂଲିସ ପ୍ରିମିୟର ଲିଗର(EPL) ପ୍ରସାରଣ ଅଧିକାର ମୂଲ୍ୟ ୧୧ ମିଲିଅନକୁ ପଛରେ ପକାଇଛି ।
ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଏବେ ପ୍ରତି ମ୍ୟାଚ୍ର ମୂଲ୍ୟ ତୁଳନାରେ ବିଶ୍ବରେ ସଂଯୁକ୍ତ ରାଷ୍ଟ୍ର ଆମେରିକାର(US) NFL($୧୭ ମିଲିଅନ) ପଛକୁ ରହିଛି । ଏଥିସହ ବିଶ୍ବର ଅନ୍ୟତମ ଶ୍ରୀର୍ଷ ଲିଗ୍ NBA ଓ MLBକୁ ପୂର୍ବରୁ ପଛରେ ପକାଇସାରିଛି । ଇ-ଅକ୍ସନର ଦ୍ବିତୀୟ ଦିନରେ ମୂଲ୍ୟ ଆହୁରି ବଢିବାର ସମ୍ଭାବନା ରହିଛି । ରବିବାର ବହୁପ୍ରତୀକ୍ଷିତ ଆଇପିଏଲ ମ୍ୟାଚ୍ର ପ୍ରସାରଣ ଅଧିକାର ଇ-ଅକ୍ସନ ରବିବାର ଦିନ ୧୧ଟାରୁ ଆରମ୍ଭ ହୋଇଛି । Viacomର JV, Disney+Hotstar, Culver Max Entertainment (ପୂର୍ବରୁ Sony Pictures) ଓ Zee Group ମଧ୍ୟରେ କଡା ପ୍ରତିନ୍ଦ୍ବନ୍ଦ୍ବୀତା ଦେଖିବାକୁ ମିଳିଥିଲା ।
BCCI ପକ୍ଷରୁ ପ୍ରସାରଣ ଅଧିକାରକୁ ୪ଟି ଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି । ପ୍ୟାକେଜ A କେବଳ ଭାରତର TV ପ୍ରସାରଣ ଅଧିକାର ରହିଥିବାବେଳେ ବେସ୍ ପ୍ରାଇସ ୪୯ କୋଟି ଟଙ୍କା ରଖାଯାଇଛି । ପ୍ୟାକେଜ B ଭାରତର ଡିଜିଟାଲ ରାଇଟ୍ସ ପାଇଁ ରହିଛି ଓ ଏହାର ବେସ୍ ପ୍ରାଇସ ୩୩ କୋଟି ରଖାଯାଇଛି । ପ୍ରଥମ ଦିନର ନିଲାମ ଶେଷ ସୁଦ୍ଧା ଅର୍ଥାତ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ପ୍ୟାକେଜ Aର ମୂଲ୍ୟ ୪୯ କୋଟିରୁ ୫୭ କୋଟି ଓ ପ୍ୟାକେଜ B ବୃଦ୍ଧିପାଇ ୩୩ କୋଟିରୁ ୪୮ କୋଟି ହୋଇଥିଲା ।