ଦୁବାଇ: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ପାଇଁ ଅଭ୍ୟାସ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । UAEରେ ପହଞ୍ଚିବା ପରେ ୬ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିଥିଲା CSK । ତେବେ କ୍ବାରେଣ୍ଟିନ ସମୟ ଶେଷ ପରେ ଦୁବାଇର ICC କ୍ରିକେଟ ଏକାଡେମୀରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୪ତମ ସଂସ୍କରଣ ପାଇଁ ଅଭ୍ୟାସ ଆରମ୍ଭ କରିଛି ଧୋନିବାହିନୀ ।
କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଦୀପକ ଚହର ଓ ରବିନ ଉଥାପ୍ପାଙ୍କ ସମେତ ଟିମର ଅନ୍ୟ ସଦସ୍ୟ ଅଗଷ୍ଟ ୧୩ରେ ଦୁବାଇରେ ପହଞ୍ଚିଥିଲେ । CSK ଫ୍ରାଞ୍ଚାଇଜ ଅଭ୍ୟାସ ସମୟର ଫଟୋ ସେୟାର କରିଛି ।