ନୂଆଦିଲ୍ଲୀ:କଣ ଚଳିତ ଆଇପିଏଲରେ ରାଜସ୍ଥାନ ରାଜୁତି ଜାରି ରହିବ ନା ତାକୁ ବ୍ରେକ ଦେବାରେ ସଫଳ ହେବ ଲକ୍ଷ୍ନୌ । ଏହା ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ମ୍ୟାଚ ଖେଳାଯିବ । ଘରୋଇ ମାଟିରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ । ସେହିପରି ରାଜସ୍ଥାନକୁ ତାର ଘରୋଇ ମାଟିରେ ମାତ ଦେଇ ଶୀର୍ଷ ସ୍ଥାନକୁ ଉଠିବା ଲକ୍ଷ୍ୟରେ ରହିଛି କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପରଜାଏଣ୍ଟସ । ପଏଣ୍ଟ ଟେବୁଲ ଟପରେ ଓ ଦ୍ବିତୀୟ ସ୍ଥାନରେ ଥିବା ଦୁଇ ଦଳ ମଧ୍ୟରେ ଆଜି ଏକ କଡା ମୁକାବିଲା ଦେଖିବାକୁ ମିଳିବ । ନମ୍ବର ୱାନ ହେବାକୁ ଲଢିବେ ମଇଦାନରେ ।
RR VS LSG:ଚଳିତ ଆଇପିଏଲରେ ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇଛି ରାଜସ୍ଥାନ । 5ଟି ମ୍ୟାଚରୁ 4ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଟପରେ ରହିଛି ଦଳ । ଆଜି ଲକ୍ଷ୍ନୌକୁ ହରାଇ ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛିସାମସନଙ୍କ ନେତୃତ୍ବାଧୀନରାଜସ୍ଥାନ । କୋଲକାତା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରିଥିଲେ ସିମରନ ହେତମେୟର । ଆଜି ତାଙ୍କଠୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ଘରୋଇ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ରହିଛି । ରେକର୍ଡ ଆଧାରରେ ରାଜସ୍ଥାନର ପଲ୍ଲା ଭାରି ରହିଛି । ତେଣୁ ରାଜସ୍ଥାନର ବିଜୟ ସମ୍ଭାବନା ଅଧିକ ରହିଛି ।
ଅନ୍ୟପଟେ ଘରୋଇ ଗ୍ରାଉଣ୍ଡରେ ଶକ୍ତିଶାଳୀ ରାଜସ୍ଥାନକୁ ହରାଇବା ଲକ୍ଷ୍ନୌ ପାଇଁ ସହଜ ହେବ ନାହିଁ ତଥାପି ଦଳ ନୂଆ ରଣନୀତି ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ସୁପର ଜାଏଣ୍ଟସର ଡେଥ ଓଭର ସ୍ପେଶାଲିଷ୍ଟ ନିକୋଲସ ପୂରନ ରହିଛନ୍ତି । ଚଳିତ ସିଜନରେ ତାଙ୍କର ଭଲ ପ୍ରଦର୍ଶନ ରହିଛି । ବାଙ୍ଗାଲୋର ବିପକ୍ଷ ତାଙ୍କ ପ୍ରଦର୍ଶନକୁ ଏବେ ବି ଦର୍ଶନ ଭୁଲି ନାହାନ୍ତି । ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ଲକ୍ଷ୍ନୌ 5ଟି ମ୍ୟାଚରୁ 3ଟିରେ ବିଜୟ ହାସଲ କରି 6 ପଏଣ୍ଟ ସହ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ରାଜସ୍ଥାନର ସିମରନ ହେତମେୟର ରାହୁଲ ବାହିନୀ ପାଇଁ ଚିନ୍ତାର କାରଣ ହୋଇପାରନ୍ତି । ସିମରନକୁ ଅଟକାଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ସୁପର ଜାଏଣ୍ଟସ । ଆଜି ରୟାଲ୍ସକୁ ହରାଇ ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ।
ରାଜସ୍ଥାନ ଓ ଲକ୍ଷ୍ନୌ ମଧ୍ୟରେ ଆଇପିଏଲର 2ଟି ମ୍ୟାଚ ଖେଳାଯାଇଛି । 2ଟି ଯାକ ମୁକାବିଲାରେ ବାଜି ମାରି ନେଇଛି ରାଜସ୍ଥାନ । ଗତ ବର୍ଷ ଏପ୍ରିଲ 10 ତାରିଖରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନକୁ 3 ରନରେ ପରାସ୍ତ କରିଥିଲା ରାଜସ୍ଥାନ । ଏହାପରେ 15 ମଇରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ 24 ରନରେ ଲକ୍ଷ୍ନୌକୁ ମାତ ଦେଇଥିଲା ରାଜସ୍ଥାନ । ଆଜିର ଏହି ମୁକାବିଲାରେ ଏହି ଧାରା ଭାଙ୍ଗୁଛି ନା ବଜାୟ ରହୁଛି ତାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି ।