ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଚଳିତ ସଂସ୍କରଣର ଲିଗ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି 63ତମ ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ମୁକାବିଲା ହେବ । ଘରୋଇ ଗ୍ରାଉଣ୍ଡରେ ଖେଳିବ କୃଣାଳ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଲକ୍ଷ୍ନୈ ସୁପର ଜାଏଣ୍ଟସ । ଲକ୍ଷ୍ନୌକୁ ତାର ଘରୋଇ ମୈଦାନରେ ମାତ ଦେଇ ଟେବୁଲ ଦ୍ବିତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ ରୋହିତବାହିନୀ । ଲକ୍ଷ୍ନୌ ମଧ୍ୟ ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରି ଶ୍ରେଷ୍ଠ ଦ୍ବିତୀୟ ସ୍ଥାନରେ ରହିବାକୁ ଚେଷ୍ଟା କରିବ ।
MI VS LSG:ଚଳିତ ସିଜନରେ ଦୁଇ ଦଳର ଏହା ପ୍ରଥମ ମୁକାବିଲା ।ମୁମ୍ବାଇ ଓ ଲକ୍ଷ୍ନୌ ମଧ୍ୟରେ ମୋଟ 2ଟି ମ୍ୟାଚ ଖେଳାଯାଇଛି । 2ଟି ଯାକ ମ୍ୟାଚକୁ ଜିତି ନେଇଥିଲା ଲକ୍ଷ୍ନୌ । ପୂର୍ବ ସିଜନରେ ମୁମ୍ବାଇ ଲକ୍ଷ୍ନୌ ବିପକ୍ଷରେ 2ଟି ଯାକ ମ୍ୟାଚ ହାରିଥିଲା । ମୁମ୍ବାଇ ବିପକ୍ଷରେ ଲକ୍ଷ୍ନୌର ପଲ୍ଲା ଭାରି ରହିଛି । ମାତ୍ର ଆଜିର ମୁକାବିଲାରେ ପୁରୁଣା ହିସାବ ବରାବର କରିବାକୁ ପ୍ରୟାସ କରିବ ମୁମ୍ବାଇ । ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଆଇପିଏଲର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜନରେ ମୁମ୍ବାଇ ଆରମ୍ଭରୁ ଧିମା ପଡିଥିଲା ମାତ୍ର ଜବରଦସ୍ତ କମ୍ବ୍ୟାକ କରି ଟେବୁଲ ତୃତୀୟ ସ୍ଥାନରେ ରହିଛି । ଆଜି ଲକ୍ଷ୍ନୌକୁ ହରାଇ ଦ୍ବିତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ । ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ଫୁଲ୍ ଫର୍ମରେ ଅଛନ୍ତି । ଆଜି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଏଯାବତ 12ଟି ମ୍ୟାଚ ଖେଳି 7ଟିରେ ବିଜୟ ହାସଲ କରିଛି ।
ଏହା ବି ପଢନ୍ତୁ...IPL 2023: କୁକୁର କାମୁଡାର ଶିକାର ଅର୍ଜୁନ ତେନ୍ଦୁଲକର