ଓଡିଶା

odisha

ETV Bharat / sports

IPL 2023: ଆଜି ଡବଲହେଡରେ KKR-DC ଓ PBKS-RCB ଫାଇଟ, ପ୍ରଥମ ବିଜୟ ଲକ୍ଷ୍ୟରେ ଦିଲ୍ଲୀ - KKR VS DC

ଇଣ୍ଡିଆନ ପ୍ରିମିୟର ଲିଗ ଚଳିତ 16ତମ ସଂସ୍କରଣରେ ଆଜି ଡବଲହେଡର ମ୍ୟାଚ ରହିଛି । ଗୋଟିଏ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଥିବାବେଳେ ଅନ୍ୟଟି ପଞ୍ଜାବ କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

ଇଣ୍ଡିଆନ ପ୍ରିମିୟର ଲିଗ
IPL 2023

By

Published : Apr 20, 2023, 12:50 PM IST

ନୂଆଦିଲ୍ଲୀ:ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ ଜାରି ରହିଛି । ଆଜି ଆଇପିଏଲ 16ତମ ସଂସ୍କରଣରେ 27 ଓ 28ତମ ମ୍ୟାଚ ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ପଞ୍ଜାବ ଓ ଦିଲ୍ଲୀ ଘରୋଇ ଗ୍ରାଉଣ୍ଡରେ ଖେଳିବେ । ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବିଜୟ ସ୍ବପ୍ନ ହୋଇଛି । ବିଜୟ ପାଇଁ ବ୍ୟାକୁଳ ଥିବା ଦିଲ୍ଲୀ 5ଟି ମ୍ୟାଟ ଖେଳିଥିଲେ ସୁଦ୍ଧା ବିଜୟ ଖାତା ଖୋଲିବାରେ ବିଫଳ ହୋଇଛି । ଆଜି ଘରୋଇ ମଇଦାନରେ କୋଲକାତାକୁ ହରାଇ ପ୍ରଥମ ବିଜୟ ହାସଲ ଲକ୍ଷ୍ୟରେ ରହିଛି ଦିଲ୍ଲୀ । ସେହିପରି ପଞ୍ଜାବ ତାର ଘରୋଇ ମାଟିରେ ବାଙ୍ଗାଲୋରକୁ ହରାଇ ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି ।

KKR VS DC:ଚଳିତ ସଂସ୍କରଣର 28ତମ ମୁକାବିଲାଲେ କେକେଆର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ପ୍ରଥମ ବିଜୟ ଲକ୍ଷ୍ୟ ନେଇ କୋଲକାତା ବିପକ୍ଷରେ ଖେଳିବ ଦିଲ୍ଲୀ । ମୁମ୍ବାଇ ଇଣ୍ଡିଆନ୍ସଠୁ ଶେଷ ମ୍ୟାଚରେ 5 ୱିକେଟରେ ପରାସ୍ତ ହୋଇଥିଲା କେକେଆର । ଆଜି ଦିଲ୍ଲୀକୁ ତାର ଘରୋଇ ଗ୍ରାଉଣ୍ଡରେ ହରାଇ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି । ଦଳରେ ରିଙ୍କୁ ଶର୍ମାଙ୍କ ଉପରେ ନଜର ରହିବ ।

ଗୁଜୁରାଟ ବିପକ୍ଷରେ ଶେଷ ଓଭରରେ ସେ ଯେଉଁ ବିଜୟ ଭେଟି ଦେଇଥିଲେ ତାହାକୁ ଭୁଲି ନାହାନ୍ତି କ୍ରିକେଟପ୍ରେମୀ । ସେପଟେ 5ଟି ମ୍ୟାଚ ଖେଳି ବିଜୟ ଖାତା ଖୋଲିବାରେ ବିଫଳ ଥିବା ଦିଲ୍ଲୀ ଆଜି କୌଣସି ମତେ ବିଜୟ ହାସଲ ଲକ୍ଷ୍ୟରେ ରହିଛି । 5 ଦିନ ବିଶ୍ରାମ ପରେ ଖେଳୁଥିବା ଦିଲ୍ଲୀକୁ ତାର ମୂଲ୍ୟ ମିଳିବ ବୋଲି ଆଶା କରାଯାଉଛି । ଦିଲ୍ଲୀର ବୋଲିଂ ବିଭାଗ ସଫଳ ଥିଲେ ସୁଦ୍ଧା ବ୍ୟାଟିଂ ବିଫଳତା ଚିନ୍ତାର କାରଣ ହୋଇଛି । ଆଜି ଦଳକୁ ଜିତିବାକୁ ହେଲେ ଉଭୟ ବିଭାଗରେ ସଫଳ ହେବାକୁ ପଡିବ । କୋଲକାତା ବିପକ୍ଷରେ ଦିଲ୍ଲୀର ପଲ୍ଲା ଭାରି ରହିଛି ।

PBKS VS RCB:ଅପରାହ୍ନରେ ପଞ୍ଜାବ ଓ ବାଙ୍ଗାଲୋର ମୁକାବିଲା ଖେଳାଯିବ । ଚେନ୍ନାଇଠୁ ପରାସ୍ତ ହେବା ପରେ ବିଜୟ ଟ୍ରାକକୁ ଫେରିବାକୁ ବ୍ୟାକୁଳ ରହିଛି ବାଙ୍ଗାଲୋର । ଅନ୍ୟପଟେ ଘରୋଇ ଗ୍ରାଉଣ୍ଡରେ ବିଜୟ ଜାରି ରଖିବାକୁ ପ୍ରୟାସ କରିବ ଶିଖର ଧାୱନଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗସ । ଆରସିବି ବିପକ୍ଷରେ ପଞ୍ଜାବର ପଲ୍ଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ 75 ମ୍ୟାଚରୁ ପଞ୍ଜାବ କିଙ୍ଗସ 4ଟିରେ ବିଜୟ ହାସଲ କରିଛି । ଆଇପିଏଲ ଇତିହାସରେ ଉଭୟ ଦଳ ମଧ୍ୟରେ 30ଟି ମ୍ୟାଚ ଖେଳାଯାଇଛି । ପଞ୍ଜାବ 17ଟି ଓ ଆରସିବି 13ଟି ମ୍ୟାଚ ଜିତିଛି । ଆଜି ବାଙ୍ଗାଲୋର ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ । ଆରସିବିର କୋହଲି ଓ ଡୁପ୍ଲେସି ଫର୍ମରେ ଅଛନ୍ତି । ଏକ ସନ୍ତୁଳିତ ଦଳ ନେଇ ମଇଦାନକୁ ଓହ୍ଲାଇବ ଆରସିବି । ସେପଟେ ପଞ୍ଜାବ ମଧ୍ୟ ଭଲ ସ୍ଥିତିରେ ରହିଛି । ଦଳକୁ ଲାଏମ ଲିଭିଙ୍ଗଷ୍ଟୋନ ଫେରିବା ଶୁଭଙ୍କର ସାବ୍ୟସ୍ତ ହୋଇପାରେ । ଶିଖର ଧାୱନଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ହୋଇପାରେ ।

ଏହା ବି ପଢନ୍ତୁ....IPL 2023 RR vs LSG: 144ରେ ଅଟକିଲା ରାଜସ୍ଥାନ, 10 ରନରେ ଲକ୍ଷ୍ନୌ ବିଜୟୀ

KKR ସାମ୍ଭାବ୍ୟ ଏକାଦଶ:ରହମନୁଲ୍ଲା ଗୁରବାଜ/ଲିଟନ ଦାସ, ନାରାୟଣ ଜଗଦୀଶନ, ଭେଙ୍କଟେଶ ଆୟର, ନିତିଶ ରାଣା, ରିଙ୍କୁ ସିଂହ, ସାର୍ଦୁଳ ଠାକୁର, ଆନ୍ଦ୍ରେ ରସେଲ, ସୁନିଲ ନାରାଏନ, ଉମେଶ ଯାଦବ, ଲୋକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ ।

DC ସାମ୍ଭାବ୍ୟ ଏକାଦଶ:ଡେଭିଡ ୱାର୍ଣ୍ଣର, ପୃଥ୍ବୀ ଶ', ମିଚେଲ ମାର୍ଶ, ୟଶ ଧୂଲ, ମନୀଷ ପାଣ୍ଡେ, ଲଳିତ ଯାଦବ, ଅଭିଷେକ ପୋରେଲ, ଅକ୍ଷର ପଟେଲ, ଅମନ ଖାନ, ଆନରିତ ନର୍ଜ, କୁଲଦୀପ ଯାଦବ ।

PBKS ସାମ୍ଭାବ୍ୟ ଏକାଦଶ:ଶିଖର ଧାୱନ, ପ୍ରଭସିମରନ ସିଂହ, ମାଥ୍ୟୁ ସର୍ଟ/ଲାଏମ ଲିଭିଙ୍ଗଷ୍ଟୋନ, ହରପ୍ରୀତ ସିଂହ, ସିକନ୍ଦର ରାଜା, ଭିତେଶ ଶର୍ମା, ସାମ କୁରାନ, ଶାହରୁଖ ଖାନ, ହରପ୍ରୀତ ବ୍ରାର, କାଗିସୋ ରାବାଡା, ରାହୁଲ ଚହର ।

RCB ସାମ୍ଭାବ୍ୟ ଏକାଦଶ:ବିରାଟ କୋହଲି, ଫାଫ ଡୁ ପ୍ଲେସି, ଗ୍ଲେନ ମାକ୍ସୱେଲ, ମହିପାଲ ଲୋମରର, ସୂୟାଶ ପ୍ରଭୁଦେଶାଇ, ଦିନେଶ କାର୍ତ୍ତିକ, ସାହବାଜ ଅହମ୍ମଦ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ୱେନ ପାର୍ନେଲ, ଆକାଶ ଦୀପ, ମହମ୍ମଦ ସିରାଜ ।

ABOUT THE AUTHOR

...view details