ଓଡିଶା

odisha

ETV Bharat / sports

IPL 2023: ଆଜି କୋଲକାତା-ହାଇଦ୍ରାବାଦ ମୁକାବିଲା

ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

By

Published : Apr 14, 2023, 11:56 AM IST

IPL 2023
କୋଲକାତା ବନାମ ହାଇଦ୍ରାବାଦ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । କିଏ ମାରିବ ବାଜି । ଟେବୁଲ ଟପରେ କିଏ ଉଠିବ ଉପରକୁ କିଏ ଖସିବ ତଳକୁ । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଜି ହେବ କଡା ମୁକାବିଲା । ଗେରୁଆ ଓ ବାଇଗଣୀ ରଙ୍ଗ ଜର୍ସିରେ ମଇଦାନକୁ ଓହାଇବେ ଦୁଇ ଦଳ ଖେଳାଳି । ସମର୍ଥକଙ୍କ ଚିଅରଅଫରେ କମ୍ପିବ ପଡିଆ । ନୀତିଶ ରଣାଙ୍କ ନେତୃତ୍ବାଧୀନ କୋଲକାତା ତୃତୀୟ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ଆଡେନ ମାରକ୍ରମଙ୍କ ସନରାଇଜର୍ସ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । କୋଲକାତା ଘେରାଇ ଗ୍ରାଉଣ୍ଡରେ ଏହି ମୁକାବିଲା ଖେଳାଯିବ ।

କୋଲକାତା ଚଳିତ ସିଜନରେ 2ଟି ମୁକାବିଲା ଜିତି ଦୃଢ ମନୋବଳରେ ରହିଛି । ଶେଷ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ କବଜାରୁ ଯେଉଁ ଭଳି ଭାବେ ମ୍ୟାଚ ଛଡାଇ ଆଣିଲା ତାହା ବେଶ ପ୍ରଶଂସନୀୟ ଥିଲା । ଶେଷ ଓଭରରେ ରିଙ୍କୁ ସିଂହ 5ଟି ବିଶାଳ 6 ମାରି ଦଳକୁ ଅଦ୍ଭୂତପୂର୍ବ ବିଜୟ ଭେଟି ଦେଇଥିଲେ । କୋଲାକାତା ଦଳରେ ଦକ୍ଷ ଖେଳାଳି ରହିଛନ୍ତି । ରିଙ୍କୁ ସିଂହଙ୍କ ମ୍ୟାଚ ବିଜୟୀ ଇନିଂସକୁ ଏଯାଏଁ ଭୁଲି ନାହାନ୍ତି ଫ୍ୟାନ୍ସ । ପୂର୍ବ ରେକର୍ଡ ଅନୁସାରେ କୋଲକାତା ପଲ୍ଲା ଭାରି ରହିଛି । ସନରାଇଜର୍ସ ବିପକ୍ଷରେ ଶେଷ 5ଟି ମ୍ୟାଚରୁ ନାଇଟରାଇଡର୍ସ 4ଟି ମ୍ୟାଚରେ ବିଜୟ ହାସଲ କରିଛି । ଘରୋଇ ସମର୍ଥକଙ୍କ ଗହଣରେ ଖେଳିବାକୁ ଯାଉଥିବା କୋଲକାତା ଆଜି ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ମଜବୁତ ସ୍ଥିତିରେ ରହିବାକୁ ଲକ୍ଷ୍ୟ ରଖିଛି । ଗୁଜୁରାଟ ବିପକ୍ଷ ଦମଦାର ଇନିଂସ ଖେଳିଥିବା ରିଙ୍କୁ ସିଂହଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଅନ୍ୟପଟେ ଚଳିତ ସିଜନରେ ପ୍ରଥମ ବିଜୟ ହାସଲ ପରେ ସନରାଇଜର୍ସ ହାଇଦ୍ରାବାଦ ମନୋବଳ ବଢିଛି । 3ଟି ମୁକାବିଲା ଖେଳି ଦଳ ଗୋଟିଏରେ ବିଜୟୀ ହୋଇଛି । ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରି ଚଳିତ ସିଜନର ପ୍ରଥମ ବିଜୟ ସ୍ବାଦ ଚାଖିଥିଲା ହାଇଦ୍ରାବାଦ । ହାଇଦ୍ରାବାଦରେ ପ୍ରଥମ ବିଜୟରେ ମୟଙ୍କ ମାର୍କେଣ୍ଡେ ଓ ରାହୁଲ ତ୍ରିପାଠୀ ହିରୋ ସାଜିଥିଲେ । ଅଧିନାୟକ ଆଡେନ ଉପଯୁକ୍ତ ସହଯୋଗ କରିଥିଲେ । ନାଇଟରାଇଡର୍ସକୁ ହରାଇବାକୁ ହେଲେ ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ମୟଙ୍କ ଅଗ୍ରୱାଲଙ୍କୁ ଫର୍ମକୁ ଫେରିବାକୁ ହେବ । ବିଶେଷ କରି ରିଙ୍କୁ ସିଂହଙ୍କ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ ।

ଏହା ବି ପଢନ୍ତୁ...ଧୋନିଙ୍କ ଆଣ୍ଠୁରେ ଲାଗିଲା ଆଘାତ, ମାଗଲା ବି ଦୁଇ ସପ୍ତାହ ପାଇଁ ଖେଳିବେନି

ଏହା ବି ପଢନ୍ତୁ....IPL 2023 PBKS vs GT: ପଞ୍ଜାବର ପୁଣି ବ୍ୟାଟିଂ ବିପର୍ଯ୍ୟୟ, ଶେଷ ଓଭରରେ ଜିତିଲା ଗୁଜରାଟ

KKR ସାମ୍ଭାବ୍ୟ ଏକାଦଶ:ରହମନୁଲ୍ଲା ଗୁରବାଜ, ନାରାୟଣ ଜଗଦୀଶନ/ଭେଙ୍କଟେଶ ଆୟର, ନିତିଶ ରଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ସାର୍ଦୁଳ ଠାକୁର, ସୁନିଲ ନାରାଏନ, ଲୋକି ଫର୍ଗୁସନ, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ, ସୂୟାଶ ଶର୍ମା ।

SRH ସାମ୍ଭାବ୍ୟ ଏକାଦଶ:ମୟଙ୍କ ଅଗ୍ରୱାଲ, ହ୍ୟାରୀ ବ୍ରୁକ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ, ୱାଶିଂଟନ ସୁନ୍ଦର, ମାର୍କୋ ଜାନସେନ/ମୟଙ୍କ ମାର୍କଣ୍ଡେ, ଭୁବନେଶ୍ବର କୁମାର, ଉମ୍ରାନ ମଲିକ, ଟି ନଟରାଜନ ।

ABOUT THE AUTHOR

...view details