ନୂଆଦିଲ୍ଲୀ:ସୁପର ସନଣ୍ଡେରେ ଆଜି ସୁପର ମୁକାବିଲା । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି 50 ଓ 51 ତମ ମ୍ୟାଚ ଖେଳାଯିବ । 50ତମ ମ୍ୟାଚରେ ମୁ୍ହାଁମୁହିଁ ହେବେ ଫାଣ୍ଡ୍ୟା ବଦର୍ସ । ଅପରାହ୍ନ 3ଟା 30ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟାନ୍ସ ଓ କୃନାଳ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ମ୍ୟାଚ ଖେଳାଯିବ । ଦ୍ବିତୀୟ ମ୍ୟାଚଟି ରାତି 7ଟା 30ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଗୁଜୁରାଟ ଓ ରାଜସ୍ଥାନ ଘରୋଇ ଗ୍ରାଉଣ୍ଡରେ ଖେଳିବେ ।
GTvsLSG:ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ତାର ଘରୋଇ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ଭେଟିବ । ଦୁଇ ଭାଇଙ୍କ ନେତୃତ୍ବାଧୀନ ଦଳ ମଧ୍ୟରେ କଡା ମୁକାବିଲା ହେବ । ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଫାଇଦା ଉଠାଇ ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ଓହ୍ଲାଇବ ଗୁଜୁରାଟ ଟାଇଟନ୍ସ । ଦୁଇ ପାଣ୍ଡ୍ୟା ଭ୍ରାତାଙ୍କ ରଣନୀତିରେ ଦୁଇ ଦଳ ମୁହାମୁହିଁ ହେବେ । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସର ନିୟମିତ ଅଧିନାୟକ । ଲକ୍ଷ୍ନୌର ଅଧିନାୟକ କେଏଲ ରାହୁଲ ଆହତ ଥିବାକୁ ଆଇପିଏଲରୁ ବାଦ ପଡିଛନ୍ତି ତେଣୁ ତାଙ୍କ ସ୍ଥାନରେ କୃନାଳ ଦଳର ନେତୃତ୍ବ ନେଇଛନ୍ତି ।
ପୂର୍ବ ରେକର୍ଡ ଆଧାରରେ ଟାଇଟନ୍ସ ପଲ୍ଲା ଭାରି ରହିଛି । ଦୁଇ ଦଳ ଇତି ମଧ୍ୟରେ ପରସ୍ପରକୁ 3ଥର ଭେଟିଛନ୍ତି । ଗୁଜୁରାଟ ସମସ୍ତ ମ୍ୟାଚ ଜିତିଛି । ଆଜି ଗୁଜୁରାଟ ଏହି ଧାରା ବଜାୟ ରଖୁଛି ନା ଲକ୍ଷ୍ନୌ ନୂଆ ଧାରା ସୃଷ୍ଟି କରୁଛି ତାହା ଦେଖିବା ବାକି ରହିଲା । ଲକ୍ଷ୍ନୌ ଏଯାବତ 10ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କିରଛି । 11 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଆଜି ଗୁଜୁରାଟ ବିପକ୍ଷରେ ଏକ ବଡ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଗୁଜୁରାଟ 10ଟି ମ୍ୟାଚରୁ 7ଟି ଜିତି ପ୍ଲେ ଅଫ ନିକଟତର ହେଉଛି । ଆଜି ଲକ୍ଷ୍ନୌ ବିପକ୍ଷରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛି ।
RRVSSRH:ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିବା ରାଜସ୍ଥାନ ସାମାନ୍ୟ ଧିମା ପଡିଯାଇଛି । ଆଜି ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରି ରୟାଲ୍ସ ତାର ରାଜୁତି ଫେରାଇବାକୁ ଲକ୍ଷ୍ୟ ରଖିଛି । ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ହାଇଦ୍ରାବାଦକୁ ହରାଇ ପୂର୍ବ ଫର୍ମକୁ ଫେରିବାକୁ ଲକ୍ଷ୍ୟ ରଖିଛି ଦଳ । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଦଳର ସବୁ ବିଭାଗ ଦୁର୍ବଳ ରହିଛି । ରାଜସ୍ଥାନକୁ ତାର ଘରୋଇ ମାଟିରେ ହରାଇବାକୁ ହେଲେ ହାଇଦ୍ରାବାଦକୁ ଏକ ଦୃଢ ରଣନୀତି ନେଇ ମଇଦାନକୁ ଓହ୍ଲଇବାକୁ ହେବ । ପ୍ଲେ- ଆଶା ଉଜ୍ଜିବୀତ ରଖିବାକୁ ହେଲେ ସନରାଇଜର୍ସକୁ ଏହି ମ୍ୟାଚ ଜିତିବାକୁ ହେବ ।