ଓଡିଶା

odisha

By

Published : May 30, 2023, 9:32 AM IST

ETV Bharat / sports

IPL 2023: ନଜର ପକାନ୍ତୁ ଚଳିତ ସିଜିନର ରେକର୍ଡ୍ସ ଉପରେ

ଚଳିତ ଆଇପିଏଲ ସିଜିନରେ ଅନେକ ନୂଆ ନୂଆ ରେକର୍ଡ ହୋଇଛି । ଚଳିତ ସିଜିନରେ ସର୍ବାଧିକ ଛକା ମାରିଛନ୍ତି CSKର ଶିଭମ ଦୁବେ । ଅଧିକ ପଢନ୍ତୁ

IPL 2023 season sees multiple records
IPL 2023 season sees multiple records

ହାଇଦ୍ରାବାଦ:ରୋମାଞ୍ଚକର ସହ ଶେଷ ହୋଇଛି ଆଇପିଏଲର 16 ତମ ସଂସ୍କରଣ । ଫାଇଲାନ ମ୍ୟାଚରେ ଗୁଜୁରାଟକୁ ହରାଇ ଚମ୍ପିଆନ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ । ଚଳିତ ସିଜିନରେ ଅନେକ ନୂଆ ନୂଆ ରେକର୍ଡ ହୋଇଛି । ଛକା ଚଉକାର ବର୍ଷାରେ କମ୍ପି ଉଠିଥିଲା ଷ୍ଟାଡିୟମ । ଶତକ ପରେ ଶତକ ଓ ଅର୍ଦ୍ଧ ଶତସ ହାସଲ କରି ରୋକର୍ଡ ପରେ ରେକର୍ଡ ହାସଲ କରିଛନ୍ତି ପ୍ଲେୟାର । ଚଳିତ ସିଜିନରେ ସର୍ବାଧିକ ଛକା ମାରି ରେକର୍ଡ କରିଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସର ବ୍ୟାଟର ଶିବମ ଦୁବେ । ଚଳିତ ସିଜନରେ ସେ ସର୍ବାଧିକ 35ଟି ଛକା ମାରିଛନ୍ତି ।

ଛକା ମାରିବା କ୍ଷେତ୍ରରେ 2023 ସିଜିନର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଗୁଜୁରାଟ ଟିମ୍‌ର ବ୍ୟାଟର ଶୁଭମନ ଗିଲ । ଗିଲଙ୍କ ବ୍ୟାଟରୁ ମୋଟ 33ଟି ଛକା ହୋଇଛି । ଆଇପିଏଲ ଇତିହାସରେ ଏହି ତାଲିକାର ସର୍ବାଗ୍ରେ ଅଛନ୍ତି ବିରାଟ କୋହଲି । 2016 ସିଜିନ୍‌ରେ ସେ 38ଟି ଛକା ମାରିଥିଲେ।

ଚଳିତ ସିଜିନରେ ସର୍ବାଧିକ 12ଟି ଶତକ ହାସଲ କରିଛନ୍ତି କ୍ରିକେଟର୍ସ । ଯାହା ଗତ ବର୍ଷ ତୁଳନାରେ ସର୍ବାଧିକ ରହିଛି । 2022 ଆଇପିଏଲରେ 8ଟି ଶତକ ହୋଇଥିଲା ଏବଂ 2016ରେ 7ଟି ଶତକ ହୋଇଥିଲା । ସେହିପରି ଚଳିତ ସିଜିନରେ ସର୍ବାଧିକ 153ଟି ଅର୍ଦ୍ଧଶତକ ହୋଇଛି । 2022ରେ 118ଟି ଅର୍ଦ୍ଧଶତକ ହୋଇଥିବା ବେଳେ 2016ରେ 117ଟି ଅର୍ଦ୍ଧଶତକ ହାସଲ କରିଥିଲେ ବ୍ୟାଟର ।

ଏହା ମଧ୍ୟ ପଢନ୍ତୁ-IPL 2023 Final: ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ, ଟାଇଟନ୍ସ ସ୍ବପ୍ନ ଧୂଳିସାତ୍

ଚଳିତ ସିଜିନରେ ସର୍ବାଧିକ ଥର ଦଳୀୟ ସ୍କୋର 200 ରନ୍‌ ପାର କରିଛି । ଚଳିତ ସିଜିନରେ ସର୍ବାଧିକ 37 ଥର 200ରୁ ଊର୍ଦ୍ଧ୍ବ ରନ୍‌ ହୋଇଛି । ଗତ 2022ରେ 18 ଥର 200 ରନ ହୋଇଥିବା ବେଳେ 2018ରେ 15 ଥର ଦଳୀୟ ସ୍କୋର୍‌ 200 ରନ୍‌ ପାର କରିଥିଲା । ସେହିପରି ପ୍ରଥମ ଥର ପାଇଁ ଚଳିତ ସିଜିନର ଫାଇନାଲ ମ୍ୟାଚରେ ବି ଦଳୀୟ ସ୍କୋର୍‌ 200 ରନ୍‌ ପାର କରିଛି । ଖାଲି ସେତିକି ନୁହେଁ 16ତମ ସିଜିନ୍‌ରେ 8 ଥର 200ରୁ ଅଧିକ ଟାର୍ଗେଟ୍‌କୁ ହାସଲ କରିଛନ୍ତି ଦଳ। ଏହାପୂର୍ବରୁ 2014ରେ କେବଳ 3 ଥର ହିଁ 200 ରନ୍‌ ଟାର୍ଗେଟ୍‌ ହାସଲ କରିବାରେ ସକ୍ଷମ ହୋଇଥିଲେ ଦଳ ।

ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ଗୁଜୁରାଟ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ବର୍ଷା ଯୋଗୁଁ ଖେଳ ଶେଷ ହେବା ବିଳମ୍ବ ହୋଇଥିଲେ ସୁଦ୍ଧା 5 ଓ୍ବିକେଟରେ ଗୁଜୁରାଟକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା ଚେନ୍ନାଇ । ଚଳିତ ସିଜିନରେ ସର୍ବାଧିକ 890 ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ ହାସଲ କରିଛନ୍ତି ଶୁଭମନ ଗିଲ୍‌ ।

ABOUT THE AUTHOR

...view details