ନୂଆଦିଲ୍ଲୀ:ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ପୂର୍ବତନ ଭାରତୀୟ କ୍ରିକେଟ ସୁନୀଲ ଗାଭାସ୍କର ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରୋହିତଙ୍କୁ ଖେଳରୁ ବ୍ରେକ ନେବା ଉଚିତ ବୋଲି କହିଛନ୍ତି ସୁନୀଲ ଗାଭାସ୍କର । 5ଥର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଫର୍ମରେ ନାହାନ୍ତି । ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ରୋହତିଙ୍କ ନେତୃତ୍ବରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଖେଳିବ ଭାରତ । ଏହା ପୂର୍ବରୁ ରୋହିତଙ୍କୁ ଫର୍ମକୁ ଫେରିବାକୁ ପଡିବ । ତେଣୁ ସେ କିଛି ସମୟ ଖେଳକୁ ବିରତି ନେଇ ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ ରହିବା ଉଚିତ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଫର୍ମକୁ ଫେରିବାକୁ ସଂଘର୍ଷ କରୁଥିବା ରୋହିତ ଶର୍ମାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି ଗାଭାସ୍କର ।
ସେ କହିଛନ୍ତି, ''ରୋହିତ ଚିନ୍ତାମୁକ୍ତ ରହିବା ଦରକାର । ଲିଗ ପର୍ଯ୍ୟାୟ ଶେଷ ହେବାର 3/4ଟି ମ୍ୟାଚ ପୂର୍ବରୁ ସେ ଦଳକୁ ଫେରନ୍ତୁ । ଏବେଠୁ ବିଶ୍ରାମ ନେଲେ ମାନସିକ କ୍ଲାନ୍ତି ଦୂର ହେବ । ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ତାଙ୍କୁ ଲୟକୁ ଫେରିବାକୁ ହେବ । ଉଭୟ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ରହିଲେ ସେ ଭାରତୀୟ ଦଳର ନେତୃତ୍ବ ନେଇ ପାରିବେ । ଚାପରେ ରହିଥିବା ଖେଳାଳି ତ୍ରୁଟି କରିବା ସ୍ବାଭାବିକ ମାତ୍ର ସେ ଫର୍ମକୁ ଫେରିବା ବି ଦରକାର । ଏବେଠୁ ସେ ଡବ୍ଲ୍ୟଟିଏସ ଫାଇନ ପାଇଁ ଚିନ୍ତାରେ ପଡି ଯାଇଥିବା ଅନୁମାନ କରୁଛି । ତେଣୁ ସେ ଟିକେ ବିଶ୍ରାମ ନିଅନ୍ତୁ । ବିଶ୍ରାମ ନେଲେ ସେ ଫର୍ମକୁ ଫେରିବା ସହଜ ହେବ ।''