ଓଡିଶା

odisha

ETV Bharat / sports

IPL 2023: ଗେମ୍‌ ଚେଞ୍ଜର ଅର୍ଶଦୀପ, 24 ଲକ୍ଷ ଟଙ୍କାର ଷ୍ଟମ୍ପ୍‌ ଭାଙ୍ଗି ଦେଲେ

ଆଇପିଏଲରେ ଏବେ ପଞ୍ଜାବ କିଙ୍ଗସ ବୋଲର ଅର୍ଶଦୀପ ସିଂହଙ୍କ ନାମ ଚର୍ଚ୍ଚାରେ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଘାତକ ବୋଲିଂ କରି ଷ୍ଟମ୍ପ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି ଏହି ଖେଳାଳି । ଅଧିକ ପଢନ୍ତୁ

By

Published : Apr 24, 2023, 11:59 AM IST

punjab kings arshdeep singh breaks middle stump
ପଞ୍ଜାବ କିଙ୍ଗସ ବୋଲର ଅର୍ଶଦୀପ ସିଂହ

24 ଲକ୍ଷ ଟଙ୍କାର ଷ୍ଟମ୍ପ ଭାଙ୍ଗି ଚର୍ଚ୍ଚାରେ ଅର୍ଶଦୀପ

ନୂଆଦିଲ୍ଲୀ:ଚଳିତ ଆଇପିଏଲ ସଂସ୍କରଣ ରୋମାଞ୍ଚ ଭରା ରହିଛି । ବ୍ୟାଟିଂ ବୋଲିଂ ଫିଲ୍ଡିଂରେ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାରି ଭିତରେ ଚର୍ଚ୍ଚାକୁ ଆସିଛନ୍ତି ପଞ୍ଜାବ କିଙ୍ଗସ ବୋଲର ଅର୍ଶଦୀପ ସିଂହ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଘାତକ ବୋଲିଂ କରି ଏମଆଇ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଛନ୍ତି ଅର୍ଶଦୀପ । ସବୁଠୁ ବଡ କଥା ହେଉଛି ମୁମ୍ବାଇ ବିପକ୍ଷ ମ୍ୟାଚରେ ପାୱାରଫୁଲ ବୋଲିଂ କରି ଦୁଇ ଦୁଇ ଥର ମିଡଲ ଷ୍ଟମ୍ପ ଭାଙ୍ଗିଛନ୍ତି ଅର୍ଶଦୀପ ସିଂହ । ଷ୍ଟମ୍ପର ମୂଲ୍ୟ ପ୍ରାୟ ୨୪ ଲକ୍ଷ ହେବ । ଷ୍ଟମ୍ପ ବ୍ରେକର ଗେମ ଚେଞ୍ଜର ପାଲଟିଥିଲେ ଅର୍ଶଦୀପ । ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ ।

ଏହା ବି ପଢନ୍ତୁ...Sachin Tendulkar Birthday: 50 ବର୍ଷରେ ପାଦ ଥାପିଲେ କ୍ରିକେଟର କୋହିନୂର ସଚିନ, ଲିଜେଣ୍ଡକୁ ଛୁଟିଲା ଶୁଭେଚ୍ଛା

ଘରୋଇ ଗ୍ରାଉଣ୍ଡରେ ଖେଳୁଥିବା ମୁମ୍ବାଇକୁ ରୋମାଞ୍ଚ ଡଙ୍ଗରେ ପରାସ୍ତ କରିଥିଲା ପଞ୍ଜାବ କିଙ୍ଗ୍‌ସ୍‌ । ଏହି ମ୍ୟାଚରେ ଅର୍ଶଦୀପଙ୍କ ବୋଲିଂରେ ଘଟିଥିବା ବିରଳ ଘଟଣା ଏବେ ଚର୍ଚ୍ଚାରେ । ଅନ୍ତିମ ଓଭରରେ ମୁମ୍ବାଇକୁ ବିଜୟ ପାଇଁ ୧୫ ରନ ଦରକାର ଥିଲା । ପିଚ୍‌ରେ ଥିଲେ ତିଲକ ବର୍ମା ଓ ନେହାଲ ୱାଧେରା । ଅନ୍ତିମ ଓଭରର ତୃତୀୟ ଓ ଚତୁର୍ଥ ବଲରେ ଅର୍ଶଦୀପ ଯଥାକ୍ରମେ ତିଲକ ବର୍ମା ଓ ନେହାଲଙ୍କୁ କ୍ଲିନ୍‌ ବୋଲ଼୍ଡ କରିଥିଲେ । ତାଙ୍କ ବୋଲିଂର ପ୍ରଭାବ ଏତେ ଥିଲା ଯେ ଦୁଇଟି ବଲରେ ଦୁଇଥର ଷ୍ଟମ୍ପ୍‌ ଭାଙ୍ଗି ଯାଇଥିଲା । ଏହି ଏଲଇଡି ଷ୍ଟମ୍ପର ମୂଲ୍ୟ ପ୍ରାୟ ୨୪ ଲକ୍ଷ ଟଙ୍କା ହେବ । ୨୪ ଲକ୍ଷ ଟଙ୍କାର ଷ୍ଟମ୍ପ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି ଅର୍ଶଦୀପ ସିଂହ । ଏହି କ୍ଷତି ଆଇପିଏଲ ମ୍ୟାନେଜମେଣ୍ଟକୁ ସହିବାକୁ ହେବ । ୨୧୬ ରନ ଟାର୍ଗେଟ ପିଛା କରୁଥିବା ମୁମ୍ବାଇ ୬ ୱିକେଟ ହରାଇ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା ।

ଏହା ବି ପଢନ୍ତୁ...IPL 2023 MI vs PBKS: ସଂଘର୍ଷ କରି ହାରିଲା ମୁମ୍ବାଇ ଇଣ୍ଡିଆନ୍ସ

ପ୍ରକାଶଥାଉ କି,ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲର 31ତମ ମ୍ୟାଚ ଖେଳାଯାଇଥିଲା । ୱାଙ୍ଖଡେ ଷ୍ଟା଼ଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବର ପାୱରଫୁଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ 13ରନରେ ବିଜୟ ହାସଲ କରିଥିଲା ପଞ୍ଜାବ କିଙ୍ଗସ । ଚଳିତ ସିଜନରେ ଶିଖର ଧାୱନଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗସ 7ଟି ମ୍ୟାଚ ଖେଳି 4ଟିରେ ବିଜୟ ହାସଲ କରିଛି । ତେବେ ଆହତ ଜନିତ ସମସ୍ୟା ଯୋଗୁଁ ମୁମ୍ବାଇ ବିପକ୍ଷରେ ପଞ୍ଜାବ କମାଣ ସାମ୍‌ କରନଙ୍କ ପାଖରେ ଥିଲା । ବର୍ତ୍ତମାନ 8ପଏଣ୍ଟ ସହ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ପଞ୍ଜାବ । ଆସନ୍ତା ଏପ୍ରିଲ 28 ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଭେଟବ ପଞ୍ଜାବ କିଙ୍ଗ୍‌ସ୍‌ ।

ABOUT THE AUTHOR

...view details