ଓଡିଶା

odisha

ETV Bharat / sports

IPL 2023: 5 ହଜାର ଆଇପିଏଲ ରନ କ୍ଲବରେ MSD - ଆଇପିଏଲ 2023

ଆଇପିଏଲରେ 5 ହଜାର ପୂରଣ କରିଛନ୍ତି କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ଚଳିତ ସଂସ୍କରଣରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଘରୋଇ ଗ୍ରାଉଣ୍ଡରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଏମଏସଡି । ଅଧିକ ପଢନ୍ତୁ

5 ହଜାର ଆଇପିଏଲ ରନ କ୍ଲବରେ ଧୋନୀ
ms dhoni completes 5000 runs in ipl

By

Published : Apr 4, 2023, 9:24 AM IST

ନୂଆଦିଲ୍ଲୀ: କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ କୀର୍ତ୍ତିମାନ । ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସଡି ସପ୍ତମ ଖେଳାଳି ଭାବେ 5000 ରନ କ୍ଲବରେ ସାମିଲ ହୋଇଛନ୍ତି । ଚଳିତ ଆଇପିଏଲର 16 ସଂସ୍କରଣରେରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମୁକାବିଲାରେ 12 ରନ କରି ଏହି ମାଇଲଖୁଣ୍ଟ ଛୁଇଁଥିଲେ ମହେନ୍ଦ୍ର ସିଂ ଧୋନୀ ।

ଲକ୍ଷ୍ନୌ ବିପକ୍ଷରେ ବ୍ୟାଟିଂ କରିବାକୁ ଆସି ଧୋନୀ 3ଟି ବଲରେ 12 ରନ କରିଥିଲେ । ମାର୍କ ଉଡଙ୍କ ବଲରେ ସେ ଲଗାତାର 2ଟି ଛକା ମାରିଥିଲେ । ତୃତୀୟ ବଲରେ ଛକା ମାରିବାକୁ ଯାଇ କ୍ୟାଚ ଆଉଟ ହୋଇଥିଲେ । ମାତ୍ର ଏହି ସମୟରେ ସେ 5000 ରନ କ୍ଲବରେ ସାମିଲ ହୋଇ ସାରିଥିଲେ । 2ଟି ବଲରେ ଧୋନୀ ଯେଉଁଭଳି ଭାବେ ଖେଳିଥିଲେ କିଛି ସମୟ ପାଇଁ ଦର୍ଶକଙ୍କ ମଧ୍ୟରେ ଏକା ପ୍ରକାର ଉତ୍ସାହ ଦେଖିବାକୁ ମିଳିଥିଲା । ଧୋନୀ ଧୋନୀରେ କମ୍ପିଥିଲା ଚେନ୍ନାଇର ଚେପକ ଷ୍ଟାଡିୟମ । ମୂହୁର୍ତ୍ତକ ପାଇଁ ଲଗୁଥିଲା ପୂର୍ବ ଫର୍ମରେ କ୍ରିଜରେ ଉପସ୍ଥିତ ଅଛନ୍ତି ଏମଏସଡି ।

ଏହା ବି ପଢନ୍ତୁ...IPL 2023 CSK vs LSG: ଚେପକ୍‌ରେ ରନ ବର୍ଷା, ସଙ୍ଘର୍ଷ କରି ହାରିଲା ଲକ୍ଷ୍ନୌ

ଆଇପିଏଲ ଇତିହାସରେ ସର୍ବାଧିକ ରନ ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି । ସେ 6706 ରନ ସଂଗ୍ରହ କରି ସାରିଛନ୍ତି । ତାଙ୍କ ପରେ ଶିଖର ଧାୱନ 6284 ରନ ସହ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ୱାର୍ଣ୍ଣର 5937 ରନ କରି ତୃତୀୟ ଓ ରୋହିତ ଶର୍ମା 5880 ରନ କରି ଚତୁର୍ଥ ସ୍ଥାନରେ ରହିଛନ୍ତି । ପଞ୍ଚମରେ ସୁରେଶ ରୈନା 5528 ଓ ଏବି ଡି ଭିଲିୟର୍ସ 5162 ରନ କରି ଷଷ୍ଠ ସ୍ଥାନରେ ରହିଛନ୍ତି । ସପ୍ତମ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀ ଏହି କ୍ଲବରେ ସାମିଲ ହୋଇଛନ୍ତି । 236ଟି ଆଇପିଏଲ ମ୍ୟାଚ ଖେଳି 5004 ରନ କରିଛନ୍ତି । ସେଥିରେ 24ଟି ଅର୍ଦ୍ଧଶତକ ରହିଛି । ଅପରାଜିତ 84 ତାଙ୍କର ବେଷ୍ଟ ସ୍କୋର ।

ପ୍ରକାଶଥାଉ କି, ଗତକାଲି (ସୋମବାର) ଚଳିତ ଇଣ୍ଡିଆନ ପ୍ରମିୟର ଲିଗ 16ତମ ସଂସ୍କରଣର ଷଷ୍ଠ ମ୍ୟାଚ ଖେଳାଯାଇଥିଲା । ଏଥିରେ ଏମଏସଡିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗସ ଓ କେଏଲ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ପରସ୍ପରକୁ ଭେଟିଥିଲେ । ଏହି ମୁକାବିଲାରେ ଚେନ୍ନାଇ 12 ରନରେ ବିଜୟୀ ହୋଇଥିଲା । ଘାତକ ବୋଲିଂ କରି ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ମୋଇନ ଅଲ୍ଲୀ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ମୋଇନ ଅଲ୍ଲୀ 26 ରନ ଦେଇ 4ଟି ୱିକେଟ ହାସଲ କରିଥିଲେ । ଏହାସହ ଋତୁରାଜ ଗାଏକ୍ବାଡ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । 31 ବଲର ସାମ୍ନା କରୁ 57 ରନ କରିଥିଲେ ।

ABOUT THE AUTHOR

...view details