ଓଡିଶା

odisha

By

Published : May 9, 2023, 2:11 PM IST

ETV Bharat / sports

IPL 2023: ଆଜି ମୁମ୍ବାଇ- ବାଙ୍ଗାଲୋର ମୁକାବିଲା, MI ପଲ୍ଲା ଭାରି

ଇଣ୍ଡିଆନ ପ୍ରିମିୟର ଲିଗ 16ତମ ସଂସ୍କରଣରେ ଆଜି 54ତମ ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

mumbai vs bangalore
ipl 2023

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି ହାଇଭୋଲ୍ଟେଜ ମୁକାବିଲା । ଇଣ୍ଡିଆନ ପ୍ରିମିୟର ଲିଗ୍‌ 16ତମ ସଂସ୍କରଣରେ ଆଜି 54ତମ ମ୍ୟାଚ ଖେଳାଯିବ । ଏଥିରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ଘରୋଇ ୱାଙ୍ଖଡେ ଗ୍ରାଉଣ୍ଡରେ ଖେଳିବ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ଘରୋଇ ମାଟିରେ ଫାଫ ଡୁପ୍ଲେସିଙ୍କ ନେତୃତ୍ବାଧୀନ ବାଙ୍ଗାଲୋରକୁ ମାତ ଦେଇ ମଜବୁତ ସ୍ଥିତିକୁ ଉଠିବା ଲକ୍ଷ୍ୟରେ ରହିଛି ମୁମ୍ବାଇ । ସେହପରି ଘରୋଇ ଦଳକୁ ହରାଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରୁ ଉପରକୁ ଉଠିବାକୁ ପ୍ରୟାସ କରିବ ବାଙ୍ଗାଲୋର ।

ଏହା ବି ପଢନ୍ତୁ...WTC Final: ରାହୁଲଙ୍କ ସ୍ଥାନରେ କିଶାନ ସାମିଲ, ଜାଣନ୍ତୁ ଆଉ କାହାକୁ ମିଳିଲା ସୁଯୋଗ

RCB vs MI:ଚଳିତ ଆଇପିଏଲ ସିଜନରେ ଇତି ମଧ୍ୟରେ ଦୁଇ ଦଳ 10ଟି ଲେଖାଏଁ ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରିଛନ୍ତି । ଉଭୟ ଦଳର ପଏଣ୍ଟ ମଧ୍ୟ ସାମନ ରହିଛି । 10 ପଏଣ୍ଟ ପାଇ ଆରସିବି ଷଷ୍ଠ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଅଷ୍ଟମ ସ୍ଥାନରେ ରହିଛି । ଆଜି ଦୁଇ ଦଳ ପାଇଁ ବିଜୟ ଜରୁରୀ । ପୂର୍ବ ରେକର୍ଡ ଅନୁସାରେ ଦୁଇ ଦଳ ପରସ୍ପରକୁ 31 ଥର ଭେଟିଛନ୍ତି । ମୁମ୍ବାଇ 17ଟି ଓ ବାଙ୍ଗାଲୋର 14ଟି ମ୍ୟାଚ ଜିତିଛି । ୱାଙ୍ଖଡେ ଷ୍ଟାଡିୟମରେ ଦୁଇ ଦଳ ଖେଳାଯାଇଥିବା ଶେଷ 6ଟି ମ୍ୟାଚରେ ଏମଆଇ 5ଟି ମ୍ୟାଚ ଜିତିଛି । ରେକର୍ଡ ଅନୁସାରେ ମୁମ୍ବାଇ ପଲ୍ଲା ଭାରି ରହିଛି । ଚଳିତ ସିଜନରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆରସିବି 8 ୱିକେଟରେ ବିଜୟ ହାସଲ କରିଥିଲା । ଏହି ମୁକାବିଲାରେ ବାଙ୍ଗାଲୋରକୁ ମାତ ଦେବା ଲକ୍ଷ୍ୟରେ ରହିଛି ମୁମ୍ବାଇ ।

ଆରସିବି ବେଶ ଶକ୍ତିଶାଳୀ ରହିଛି ମାତ୍ର କିଛି ତ୍ରୁଟି ରହିଛି ଯାହାକୁ ସୁଧାରିବାକୁ ହେବ । ବିରାଟ କୋହଲି ଓ ଡୁ ପ୍ଲେସି ଭଲ ଫର୍ମରେ ରହିଛନ୍ତି । ଆଜି ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ବୋଲିଂରେ ମହମ୍ମଦ ସିରାଜଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଆଇପିଏଲର ସବୁଠୁ ସଫଳ ଦଳ ମୁମ୍ବାଇ ପୂର୍ବ ବର୍ଷ ପରି ଏଥର ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିଛି । ଦଳ ପାଇଁ ପ୍ଲେ ଅଫରେ ସ୍ଥାନ ହାସଲ କରିବା କଷ୍ଟକର ହୋଇଛି । ଦଳରେ ଇଶାନ କିଷନ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଛନ୍ତି । ଶୁଭମନ ଗିଲଙ୍କ ପ୍ରଦର୍ଶନ ଭଲ ରହିଛି । ବୋଲିଂରେ ପିୟୂଶ ଚାୱାଲାଙ୍କ ଉପରେ ନଜର ରହିବ ।

ଏହା ବି ପଢନ୍ତୁ...IPL 2023: ଡଟ୍‌ ବଲ ବୋଲିଂରେ ଆଗରେ ସାମି-ସିରାଜ

RCB ସମ୍ଭାବ୍ୟ ଏକାଦଶ:ବିରାଟ କୋହଲି, ଫାଫ୍‌ ଡୁ ପ୍ଲେସିସ୍‌(ଅଧିନାୟକ), ମହିପାଲ ଲୋମରର, ଗ୍ଲେନ୍‌ ମ୍ୟାକ୍ସୱେଲ, ଦିନେଶ କାର୍ତ୍ତିକ, ଅନୁଜ ରାୱତ, ୱାନିନ୍ଦୁ ହାସରଙ୍ଗା, ହର୍ଷଲ ପଟେଲ, କରଣ ଶର୍ମା, ଜୋସ ବାଜେଲଉଡ, ମହମ୍ମଦ ସିରାଜ ।

MI ସମ୍ଭାବ୍ୟ ଏକାଦଶ:ଇଶାନ କିଷନ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, କାମରେନ ଗ୍ରୀନ, ତିଳକ ବର୍ମା, ନେହାଲ ୱାଧେରା, ଟିମ ଡେଭିଡ, ପିୟୂଷ ଚୱାଲା, ଦ୍ରିତିତ ସୋକିନ, ଜୋଫ୍ଲା ଆର୍ଚର, ଅର୍ସଦ ଖାନ ।

ABOUT THE AUTHOR

...view details