ନୂଆଦିଲ୍ଲୀ:ଆଇପିଏଲ ଚଳିତ ସଂସ୍କରଣରେ ଆଜି ଦଶମ ମୁକାବିଲା ଖେଳାଯିବ । ଏଥିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ସନରାଇର୍ଜସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଉଭୟ ଦଳ ମଧ୍ୟରେ ଏକ କଡା ମୁକାବିଲା ହେବ । ଲକ୍ଷ୍ନୌ ତାର ପ୍ରଥମ ମୁକାବିଲା ଜିତି ଖାତା ଖୋଲି ସାରିଛି ମାତ୍ର ହାଇଦ୍ରାବାଦ ବିଜୟ ଖାତା ଖୋଲି ନାହିଁ । ତେଣୁ ଆଜିର ମୁକାବିଲା ଜିତି ହାଇଦ୍ରାବାଦ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ଥିବାବେଳେ ଲକ୍ଷ୍ନୌ ଦ୍ବିତୀୟ ବିଜୟ ଲକ୍ଷ୍ୟ ନେଇ ଘରୋଇ ମଇଦାନକୁ ଓହ୍ଲାଇବ । ଲକ୍ଷ୍ନୌରେ ଖେଳାଯିବ ମ୍ୟାଚ ।
LSG:ଯୁବ ଖେଳାଳି କେଏଲ ରାହୁଲଙ୍କ ନେତୃତ୍ବରେ ଲକ୍ଷ୍ନୌ ତାର ପ୍ରଥମ ମୁକାବିଲାରେ ଦିଲ୍ଲୀକୁ ପରାସ୍ତ କରିଥିଲା । ଦିଲ୍ଲୀକୁ 50 ରନରେ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ମାତ୍ର ଦ୍ବିତୀୟ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗସଠୁ 12 ରନରେ ପରାସ୍ତ ହୋଇଥିଲା । ଆଜି ଘରୋଇ ମାଟିରେ ହାଇଦ୍ରାବାଦରୁ ମାତ ଦେଇ ଦ୍ବିତୀୟ ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ । କ୍ବିଣ୍ଟନ ଡି କକ ଦଳରେ ଯୋଗ ଦେଇଛନ୍ତି । ଏକ ସନ୍ତୁଳିତ ଏକାଦଶକୁ ନେଇ ମଇଦାନକୁ ଓହ୍ଲାଇବ ଲକ୍ଷ୍ନୌ ।
SRH:ପ୍ରଥମ ମୁକାବିଲା ହାରିବା ପରେ ସନରାଇଜର୍ସ ହାଇଦ୍ରାବାଦ ବିଜୟ ପାଇଁ ବ୍ୟାକୁଳ ରହିଛି । ରାଜସ୍ଥାନ ବିପକ୍ଷରେ ପ୍ରଥମ ମ୍ୟାଚରେ 72ରନରେ ହାରିଥିଲା ହାଇଦ୍ରାବାଦ । ରାଜସ୍ଥାନ ରୟାଲ୍ସଠୁ ପରାସ୍ତ ହୋଇଥିଲା । ନୂଆ ଅଧିନାୟକ ଆଡେନ ମାରକ୍ରମ ଦଳରେ ଯୋଗ ଦେଇ ସାରିଛନ୍ତି । ସନରାଇଜର୍ସ ପାଇଁ ଶକ୍ତି ବୃଦ୍ଧି ହୋଇଛି । ବିଶେଷ କରି ମାରକ୍ରମ ଓ ଜାନସେନଙ୍କ ଉପରେ ନଜର ରହିବ । ସମସ୍ତ ତ୍ରୁଟି ସୁଧାରି ଦଳ ମଇଦାନକୁ ଓହ୍ଲାଇଲେ ବିଜୟ ହେବ । ଅଭିଜ୍ଞ ମୟଙ୍କ ଅଗ୍ରୱାଲଙ୍କୁ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କରିବାକୁ ପଡିବ । ସୁପରଜାଏଣ୍ଟ ବିପକ୍ଷରେ ସନରାଇଜର୍ସ ଏକ ସନ୍ତୁଳିତ ଦଳ ସହ ମଇଦାନକୁ ଓହ୍ଲାଇବ ।
ଏହା ବି ପଢନ୍ତୁ...TATA IPL 2023 KKR vs RCB: ଆରସିବିର ବ୍ୟାଟିଂ ବିପର୍ଯ୍ୟୟ, 81 ରନରେ କୋଲକାତାର ବଡ଼ ବିଜୟ