ଓଡିଶା

odisha

ETV Bharat / sports

IPL 2023: ଘରୋଇ ମାଟିରେ ହାରିଲା ବାଙ୍ଗାଲୋର, 21 ରନରେ ଜିତିଲା କୋଲକାତା - କୋଲକାତା ବନାମ ଆରସିବି

ଆଇପିଏଲ 36ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଘରୋଇ ମାଟିରେ ଆରସିବିକୁ ପରାସ୍ତ କରିଛି କୋଲକାତା । ଅଧିକ ପଢନ୍ତୁ

IPL 2023
ଘରୋଇ ମାଟିରେ ହାରିଲା ବାଙ୍ଗାଲୋର, 21 ରନରେ ଜିତିଲା କୋଲକାତା

By

Published : Apr 27, 2023, 7:44 AM IST

ବେଙ୍ଗାଲୁରୁ:ବୃଥା ହେଲା ବିରାଟ କୋହଲିଙ୍କ ଅର୍ଦ୍ଧଶତକ । ଲଗାତାର 4ଟି ମ୍ୟାଚ ହାରିବା ପରେ ବିଜୟ ଟ୍ରାକକୁ ଫେରିଛି କୋଲକତା ନାଇଟ ରାଇଡର୍ସ । ଆଇପିଏଲ 36ତମ ମ୍ୟାଚରେ ବାଙ୍ଗାଲୋରକୁ ତାର ଘରୋଇ ମାଟିରେ ମାତ ଦେଇ ଚଳିତ ସିଜନରେ ତୃତୀୟ ବିଜୟ ହାସଲ କରିଛି ନିତିଶ ରାଣାଙ୍କ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ଆରସିବିକୁ 21ରନରେ ପରାସ୍ତ କରିଛି । 4 ଓଭର ବୋଲିଂ କରି 27 ରନ ଦେଇ 3ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା କୋଲକାତାର ବରୁଣ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିଚ ହୋଇଛନ୍ତି । ଚଳିତ ସଂସ୍କରଣରେ ଆରସିବି ବିପକ୍ଷରେ କୋଲକାତାର ଏହା ଦ୍ବିତୀୟ ବିଜୟ ।

ଟସ ଜିତି ବାଙ୍ଗାଲୋର ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲକାତାର ଦୁଇ ଓପରନ ଜାସନ ରୟ ଓ ନାରାୟଣ ଜଗଦୀଶ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଜାସନ ରୟ ଚୌକା ଛକା ବର୍ଷା କରିଥିଲେ । ସେ 22ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 83ରେ କେକେରଆରର ପ୍ରଥମ ୱିକେଟ ପତନ ହୋଇଥିଲା । ବିଜୟ କୁମାର ବିଶାଖ ଉଭୟ ଓପନରଙ୍କୁ ଆଉଟ କରିଥିଲେ । ଜଗଦୀଶନ 27 ଓ ରୟ 56 ରନ କରିଥିଲେ । ଏହା ପରେ ଭେଙ୍କଟେଶ ଆୟର ଓ ନିତିଶ ରାଣା ଆକ୍ରମଣ ଜାରି ରଖିଥିଲେ । ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ରାଣା 21 ବଲରୁ 48 ରନ କରି ହସରଙ୍ଗାଙ୍କ ଶିକାର ହୋଇଥିଲେ । ସେହିପରି ଭେଙ୍କଟେଶ 31 ରନ କରି ହସରଙ୍ଗାଙ୍କ ବଲରେ ଆଉଟ ହୋଇଥିଲେ । କେକେଆର ସ୍କୋର ଏକ ମଜବୁତ ସ୍ଥିତିରେ ପହଞ୍ଚି ଯାଇଥିଲେ । ଏହା ପରେ ଅନ୍ଦ୍ରେ ରସଲେ 1 ରନ କରି ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ । ନିର୍ଦ୍ଧାରିତ 20 ଓଭରରେ କେକେଆର 5 ୱିକେଟ ହରାଇ 200 ରନ କରିଥିଲା । ବାଙ୍ଗାଲୋରକୁ 2001ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଆରସିବି ପକ୍ଷରୁ ବିଜୟ ଓ ହସରଙ୍ଗା 2ଟି ଲେଖାଏଁ ୱିକେଟ ନେଇଥିଲେ ।

201ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଆରସିବି । କୋହଲି ଓ ଡୁପ୍ଲେସି ଓପନିଂ କରିଥିଲେ । ଉଭୟ 31ରନ କରିଥିଲେ । ତୃତୀୟ ଓଭରରେ ସୂୟାଶ ଶର୍ମା ଡୁ ପ୍ଲେସିଙ୍କୁ ଆଉଟ କରିଥିଲେ । ଡୁ ପ୍ଲେସି 17 ରନ କରି ଆଉଟ ହୋଇଥିଲେ । ପରେ ପରେ ସାହବାଜ ଅହମ୍ମଦ ଓ ମାକ୍ସୱେଲ ଯଥାକ୍ରମେ 1 ଓ 5 ରନ କରି ଆଉଟ ହୋଇଥିଲେ । କୋହଲି ସ୍ଥିତି ସମ୍ଭାଳି ଖେଳିଥିଲେ । ତାଙ୍କୁ ସାଥ ଦେଇଥିଲେ ମହିପାଲ । ଦଳୀୟ ସ୍କୋର 113ରେ ମହିପାଲ 34 ରନ କରି ଆଉଟ ହୋଇଥିଲେ । ପରେ ପରେ 55 ରନ କରି କୋହଲି ପାଭିଲିୟନ ଫେରିଥିଲେ ।

ଧିମା ପଡି ଯାଇଥିଲା ବାଙ୍ଗାଲୋର ରନ ଗାଡି । କେକେଆର ହାତକୁ ମ୍ୟାଚ ଚାଲି ଯାଇଥିଲା । ଦିନେଶ କାର୍ତ୍ତିକ 22, ସୂୟାଶ ପ୍ରଭୁଦେଶାଇ 10 ଓ ହସରଙ୍ଗା 5 ରନ କରି ପଛକୁ ପଛ ଆଉଟ ହୋଇଥିଲେ । ୱିଲି 11 ଓ ବିଜୟ କୁମାର 13 ରନ କରି ଅପରାଜିତ ଥିଲେ । 201 ବିଜୟ ଲକ୍ଷ୍ୟ ରଖିଥିବା ଆରସିବି 20 ଓଭରରେ 8 ୱିକେଟ ହରାଇ 179 ରନ କରିବାକୁ ସକ୍ଷମ ହୋଇଥିଲା । କେକେଆରର ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ 3ଟି ୱିକେଟ ନେଇଥିଲେ ।

ABOUT THE AUTHOR

...view details