ଓଡିଶା

odisha

ETV Bharat / sports

IPL 2023 KKR vs PBKS: ପୁଣି ଏକ ରୋମାଞ୍ଚକର ମୁକାବିଲା, ଶେଷ ବଲରେ ଜିତିଲା କୋଲକାତା - ଆଇପିଏଲ 2023

ଆଇପିଏଲ 2023ରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ 179 ରନ କରିଥିଲା । ତେବେ ରୋମାଞ୍ଚକ ଭାବେ ଶେଷ ବଲରେ ଏହି ବିଜୟଲକ୍ଷ୍ୟକୁ କୋଲକାତା ହାସଲ କରିନେଇଛି । ଅଧିକ ପଢ଼ନ୍ତୁ

IPL 2023 KKR vs PBKS
IPL 2023 KKR vs PBKS

By

Published : May 9, 2023, 1:05 AM IST

କୋଲକାତା: ଆଇପିଏଲ 2023ରେ ଆଜି କୋଲକାତାରେ ଏକ ରୋମାଞ୍ଚକର ମୁକାବିଲା ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 179 ରନ କରିଥିଲା ପଞ୍ଜାବ କିଙ୍ଗସ । ତେବେ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚକୁ ରୋମାଞ୍ଚକ ଭାବେ ଶେଷ ବଲରେ ହାସଲ କରିନେଇଛି କୋଲକାତା ନାଇଟ ରାଇଡର୍ସ । 23 ବଲରୁ 42 ରନର ଧୂଆଁଧାର ପାଳି ଖେଳିଥିବା ଆନ୍ଦ୍ରେ ରୁସେଲ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ପଞ୍ଜାବ କିଙ୍ଗସ ଦ୍ବିତୀୟ ଓଭରରେ ପ୍ରଥମ ୱିକେଟ ହରାଇଥିଲା । 8 ବଲରୁ 12 ରନ କରି ଆଉଟ ହୋଇଥିଲେ ପ୍ରାରମ୍ଭିକ ବ୍ୟାଟର ପ୍ରଭସିମ୍ରନ ସିଂହ । ଏହାପରେ ଭାନୁକା ରାଜପକ୍ଷ ମଧ୍ୟ ଖାତା ଖୋଲିବା ପୂର୍ବରୁ ତୁରନ୍ତ ଆଉଟ ହୋଇଯାଇଥିଲେ । ଲିଆମ ଲିଭିଙ୍ଗଷ୍ଟୋନ 15 ଓ ଜିତେଶ ଶର୍ମା 21 ରନ କରି ପାଭିଲିୟନ ଫେରିବା ପରେ ଅନ୍ୟପଟେ ପାଳି ସମ୍ଭାଳୁଥିବା ଅଧିନାୟକ ଶିଖର ଧାୱନ ମଧ୍ୟ ଆଉଟ ହୋଇଯାଇଥିଲେ । ଦଳ ପାଇଁ ସର୍ବାଧିକ 47 ବଲରୁ 57 ରନ କରି ଆଉଟ ହୋଇଥିଲେ ଶିଖର ଧାୱନ । ରିଶି ଧାୱନ 19 ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ପାଲଟିଥିଲେ । ତେବେ ଶାହାରୁଖ ଖାନଙ୍କ 8 ବଲରୁ 21 ଓ ହରପ୍ରୀତ ବ୍ରାରଙ୍କ 9 ବଲରୁ 17 ରନର ଧୂଆଁଧାର ପାଳି ବଳରେ ଦଳ ନିର୍ଦ୍ଧାରିତ ଓଭରରେ 7 ୱିକେଟ ହରାଇ 179 ରନରେ ପହଞ୍ଚିପାରିଥିଲା ।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ 4 ଓଭରରେ 26 ରନ ଖର୍ଚ୍ଚ କରି ବହୁମୂଲ୍ୟ 3ଟି ୱିକେଟ ଅକ୍ତିଆର କରିଥିଲେ । ହର୍ଷିତ ରାଣା 3 ଓଭରରୁ 33 ରନ ଖର୍ଚ୍ଚ କରିଥିଲେ ମଧ୍ୟ 2ଟି ୱିକେଟ ହାତେଇଥିଲେ । ସୂୟସ ଶର୍ମା ଓ ଅଧିନାୟକ ନୀତିଶ ରାଣାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଏହାପରେ 180 ରନର ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା କୋଲକାତା । ଦଳୀୟ ସ୍କୋର 38 ହୋଇଥିବା ବେଳେ 15 ରନ କରି ଆଉଟ ହୋଇଥିଲେ ପ୍ରାରମ୍ଭିକ ବ୍ୟାଟର ରାମାନୁଲ୍ଲା ଗୁରବାଜ । ଏହାପରେ 24 ବଲରୁ 8 ଚୌକା ବଳରେ 38 ରନ କରିଥିବା ଜାଶନ ରୟ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ଭେଙ୍କଟେଶ ଆୟର କିଛି ସମୟ ଅଧିନାୟକ ନୀତିଶ ରାଣାଙ୍କ ସହ ପିଚରେ ସାଥ ଦେଇଥିଲେ । କିନ୍ତୁ ସେ କେବଳ 11 ରନ କରି ଆଉଟ ହୋଇଯାଇଥିଲେ । 38 ବଲରୁ ଦଳ ପାଇଁ ସର୍ବାଧିକ 51 ରନ ସଂଗ୍ରହ କରି ରାହୁଲ ଚହରଙ୍କ ବଲରେ ଧରାପଡ଼ିଥିଲେ ନୀତିଶ । ଏହାପରେ ମୋର୍ଚ୍ଚା ସମ୍ଭାଳିଥିଲେ ଆନ୍ଦ୍ରେ ରୁସେଲ ଓ ରିଙ୍କୁ ସିଂହ । 23 ବଲରୁ ଦୃତ 42 ରନ କରି ଦଳକୁ ବିଜୟର ନିକଟବର୍ତ୍ତୀ କରାଇଥିଲେ ରୁସେଲ । ତେବେ ଶେଷ ଓଭରରେ ସେ ଆଉଟ ହୋଇଯାଇଥିଲେ । ଅନ୍ୟପଟେ ଧୂଆଁଧାର ବ୍ୟାଟିଂ ଜାରି ରଖିଥିବା ରିଙ୍କୁ ସିଂହ ଶେଷ ବଲରେ ଚୌକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ।

ସେପଟେ ପଞ୍ଜାବ ପକ୍ଷରୁ ରାହୁଲ ଚହର 4 ଓଭରରେ 23 ରନ ଖର୍ଚ୍ଚ କରି ସର୍ବାଧିକ 2ଟି ୱିକେଟ ପାଇଥିଲେ । ନାଥନ ଏଲିସ ଓ ହରପ୍ରୀତ ବ୍ରାରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ସାମ କରନ 3 ଓଭରରୁ 44 ଓ ଲିଭିଙ୍ଗଷ୍ଟୋନ 2 ଓଭରରୁ 27 ରନ ବ୍ୟୟ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details