ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚ ଜିତୁଛି କୋଲକାତା ମାତ୍ର ପରେ ଦଳ ପାଇଁ ଟେନସନ ବଢୁଛି । କେକେଆର କ୍ୟାପ୍ଟେନ ନୀତିଶ ରାଣାଙ୍କୁ ଦଳର ମନ୍ଥର ବୋଲିଂ ମହଙ୍ଗା ପଡିଛି । ପୁଣି ଦଣ୍ଡିତ ହୋଇଛନ୍ତି କୋଲକାତା ଅଧିନାୟକ ନୀତିଶ । ଆଇପିଏଲ 61ତମ ଚେନ୍ନାଇ ବିପକ୍ଷ ମ୍ୟାଚରେ ଧିମା ଓଭର ବୋଲିଂ ପାଇଁ 24ଲକ୍ଷ ଟଙ୍କା ଜରିମାନା ହୋଇଛି । ଏହା ପୂର୍ବରୁ ମଧ୍ୟ ଦଣ୍ଡିତ ହୋଇଥିଲେ ନୀତିଶ ।
ଏହା ବି ପଢନ୍ତୁ...IPL 2023 GT vs SRH: ପ୍ଲେ ଅଫରେ ପହଞ୍ଚିଲା ଗୁଜରାଟ, ରେସରୁ ହାଇଦ୍ରାବାଦ ଆଉଟ
ଚେନ୍ନାଇ ବିପକ୍ଷ ମ୍ୟାଚରେ କୋଲକାତା ନିର୍ଦ୍ଧାରିତ ସମୟଠୁ ବିଳମ୍ବରେ ବୋଲିଂ ଶେଷ କରିଥିଲା । ଚଳିତ ଆଇପିଏଲ ସିଜନରେ ଏହା ନାଇଟ ରାଇଡର୍ସର ଦ୍ବିତୀୟ ମନ୍ଥର ବୋଲିଂ ଅଭିଯୋଗ । ତେଣୁ ଅଧିନାୟକ ଭାବେ ନୀତିଶ ରାଣାଙ୍କୁ 24 ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଏହା ସହିତ ଇମ୍ପାକ୍ଟ ଖେଳାଳିଙ୍କ ସମେତ ଚୂଡାନ୍ତ ଏକାଦଶରେ ସାମିଲ ଥିଲା ଖେଳାଳିମାନଙ୍କ ମ୍ୟାଚ ଫିରୁ 25 ପ୍ରତିଶତ (6ଲକ୍ଷ) ଟଙ୍କା କାଟ କରାଯାଇଛି । ଏହା ପୂର୍ବରୁ ମଧ୍ୟ କୋଲକାତା ଅଧିନାୟକ ନୀତିଶ ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇଥିଲେ । ଆଇପିଏଲ 53ତମ ମ୍ୟାଚରେ ପଞ୍ଜାବ ବିପକ୍ଷରେ ଧିମା ବୋଲିଂ ପାଇଁ ରାଣାଙ୍କୁ 12ଲକ୍ଷ ଟଙ୍କା ଫାଇନ ଗଣିବାକୁ ପଡିଥିଲା । ଉକ୍ତ ମ୍ୟାଚରେ ପଞ୍ଜାବ ବିପକ୍ଷରେ 5ୱିକେଟରେ ବିଜୟ ହାସଲ କରିଥିଲା ଦଳ ।