ଓଡିଶା

odisha

ETV Bharat / sports

IPL 2023 Final: ଆଜି ଫାଇନାଲ ଫାଇଟ, ଚେନ୍ନାଇ-ଗୁଜୁରାଟ ମଧ୍ୟରେ ମହାମୁକାବିଲା - ଚେନ୍ନାଇ ବନାମ ଗୁଜୁରାଟ ଫାଇନାଲ

ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ 16ତମ ସଂସ୍କରଣରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ଫାଇଟରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜୁରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଚେନ୍ନାଇ - ଗୁଜୁରାଟ ମଧ୍ୟରେ ମହାମୁକାବିଲା
IPL 2023 Final

By

Published : May 28, 2023, 1:06 PM IST

ନୂଆଦିଲ୍ଲୀ:ସେହି ସ୍ବତନ୍ତ୍ର ସମୟ ଆସି ସାରିଛି । ମୈଦାନ ପ୍ରସ୍ତୁତ । ସ୍ବତନ୍ତ୍ର ରଣନୀତି ସହ ଦଳ ବି ପ୍ରସ୍ତୁତ । ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ ଆଇପିଏଲ ମହାମୁକାବିଲା । ପଡିଆରେ ଛାଇଯିବ ହଳଦିଆ ଓ ବ୍ଲୁ ଜର୍ସି । ଆଉ ମୈଦାନରେ ଦୁଇ ଦଳର ଯୋଦ୍ଧା । ଫ୍ୟାନ୍ସଙ୍କ ଚିୟରଅଫରେ କମ୍ପିବ ଷ୍ଟାଡିୟମ । ସମର୍ଥକଙ୍କ ହୋ ହଲ୍ଲାରେ ଉଠିବ ପଡିବ କ୍ରିକେଟ ମୈଦାନ । କିଏ ମାରିବ ବାଜି କାହାର ହେବ ହାର । କିଏ ପିନ୍ଧିବ ଆଇପିଏଲ ବିଜୟ ମୁକୁଟ । 58 ଦିନ 73ଟି ମ୍ୟାଚ ପରେ ଆଇପିଏଲର ଗ୍ରାଣ୍ଡ ଫାଇନାଲ ସମୟ ଆସିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଖେଳାଯିବ ଆଇପିଏଲ 16ତମ ସଂସ୍କରଣ ଫାଇନାଲ ମ୍ୟାଚ । ଫାଇନାଲ ଫାଇଟ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ 4ଥର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ ଓ ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ।

ଚେନ୍ନାଇ ବନାମ ଗୁଜୁରାଟ ପାଇନାଲ ଫାଇଟ:ଆଇପିଏଲ ଫାଇନାଲ ଫାଇଟରେ ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ଚେନ୍ନାଇ ପଞ୍ଚମ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଦ୍ବିତୀୟ ଥର ବିଜୟ ମୁକୁଟ ପିନ୍ଧିବାକୁ ଲକ୍ଷ୍ୟ ରଖିଛି ଗୁଜୁରାଟ ଟାଇଟନ୍ସ । ଘରୋଇ ଗ୍ରାଉଣ୍ଡରେ ଦମ ଦେଖାଇବା ଲକ୍ଷ୍ୟରେ ରହିଛି ଟାଇଟନ୍ସ । ଚଳିତ ସିଜନରେ ତୃତୀୟ ଥର ପାଇଁ ଦୁଇ ଦଳ ପରସ୍ପରକୁ ଭେଚିବାକୁ ଯାଉଛନ୍ତି ।

ପ୍ରଥମ ମ୍ୟାଚ ଜିତି ଟାଇଟନ୍ସ ଆଧିପତ୍ୟ ବିସ୍ତାର କରିଥିଲା । ଏହା ପରେ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ 15ରନରେ ଗୁଜୁରାଟକୁ ପରାସ୍ତ କରି 10ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । ଏହା ପରେ ଦ୍ବିତୀୟ କ୍ବାଲିଫାୟରରେ ଗୁଜୁରାଟ ମୁମ୍ବାଇକୁ 62 ରନରେ ପରାସ୍ତ କରି ଫାଇନାଲ ଫାଇଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ଦୁଇ ଦଳ କାହାଠୁ କମ ନୁହନ୍ତି । ଉଭୟ ଦଳର ବ୍ୟାଟିଂ ଓ ବୋଲିଂ ସନ୍ତୁଳିତ ରହିଛି । ଚେନ୍ନାଇର ଦୀପକ ଚହଲ ଓ ଗୁୁଜୁରାଟର ମୋହିତ ଶର୍ମାଙ୍କ ଉପରେ ରହିବ । ଦ୍ବିତୀୟ କ୍ବାଲିଫାୟାର ମ୍ୟାଚରେ ମୋହିତ 5 ୱିକେଟ ନେଇଥିଲେ ।

ଗିଲ-ଗାଏକ୍ବାଡଙ୍କ ଉପରେ ନଜର: ଦୁଇଦଳର ଯୁବ ବ୍ୟାଟର ଶୁଭମନ ଗିଲ ଓ ଋତୁରାଜ ଗାଏକ୍ବାଡ ଫୁଲ ଫର୍ମରେ ରହିଛନ୍ତି । ଦ୍ବିତୀୟ କ୍ବାଲିଫାୟରେ ମୁମ୍ବାଇ ବିପକ୍ଷରେ ଗୁଜୁରାଟର ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ଏବେ ବି ଫ୍ୟାନ୍ସଙ୍କ ମନରୁ ଯାଇନାହିଁ । ଶୁଭମନ ଗିଲ ଚଳିତ ସିଜନରେ 3ଟି ଶତକ ଅର୍ଜନ କରି ସାରିଛନ୍ତି । ଆଜି ଗିଲ୍‌ଙ୍କୁ ଅଟକାଇବାକୁ ଚେନ୍ନାଇ ବୋଲର ସବୁ ବଳ ଲଗାଇଦେବେ । ସେହିପରି ଚେନ୍ନାଇ ଖେଳାଳି ଋତୁରାଜ ଗାଏକ୍ବାଡଙ୍କର ମଧ୍ୟ ଭଲ ପ୍ରଦର୍ଶନ ରହିଛି । ପ୍ରଥମ କ୍ବାଲିଫାୟରରେ ଋତୁରାଜ ଗାଏକ୍ବାଡଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ତାଙ୍କ ବ୍ୟାଟରୁ ଚୌକା ଛକା ବର୍ଷା ହେବା ନେଇ ଆଶା ରଖିଛନ୍ତି ଚେନ୍ନାଇ ଫ୍ୟାନ୍ସ । ତେବେ କିଏ ବାଜି ମାରୁଛି ଆଇପିଏଲ 16ତମ ସଂସ୍କରଣର ବିଜୟ ମୁକୁଟ କିଏ ପିନ୍ଧୁଛି ତାହା ଦେଖିବାକୁ ବାକି ରହିଲା ।

ଉଦଘାଟନୀ ଆଉ ଉଦଯାପନୀ ମ୍ୟାଚ ଖେଳିଲେ ଚେନ୍ନାଇ-ଗୁଜୁରାଟ:ଅଜବ ସଂଯୋଗ । ଯେଉଁଠି ଆଇପିଏଲ ଅଭିଯାନ ଆରମ୍ଭ କରିଥିଲେ ସେଇ ସ୍ଥାନରେ ପହିଞ୍ଚିନ୍ତି ଦୁଇ ଦଳ । ଆଇପିଏଲ 16ତମ ସଂସ୍କରଣ ମାର୍ଚ୍ଚ 31ରୁ ଆରମ୍ଭ ହୋଇଥିଲା । ଏଥିରେ ଉଦଘାଟନୀ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା । 58 ଦିନ 73ଟି ମ୍ୟାଚ ପରେ 10 ଦଳଙ୍କ ମଧ୍ୟରେ ଲଢେଇ ପରେ ଶେଷ ଅର୍ଥାତ ଫାଇନାଲ ଫାଇଟରେ ମଧ୍ୟ ଗୁଜୁାରାଟ ଓ ଚେନ୍ନାଇ ମୁହାଁମୁହିଁ ହେବାକୁ ଯାଉଛନ୍ତି ।

ଝୁମିବେ ଦର୍ଶକ:ଆଇପିଏଲଉଦଘାଟନୀ ଉତ୍ସବ ପରି ଉଦଯାପନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଜଣାଶୁଣା କଣ୍ଠଶିଳ୍ପୀ ସଙ୍ଗୀତ ପରିବେଶଣ କରିବେ । ଜଣାଶୁଣା ରାପର କିଙ୍ଗ ଓ ଡିଭାଇନ ବଲିଉଡ କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ ସଙ୍ଗୀତ ପରିବେଷଣ କରିବେ । ସନ୍ଧ୍ୟା 6ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ।

CSK ସମ୍ଭାବ୍ୟ ଏକାଦାଶ:ଡେଭନ କନ୍‌ୱେ, ଋତୁରାଜ ଗାଏକ୍ବାଡ, ଆଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ ଅଲି, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ),ଦୀପକ ଚହର, ମହୀଷ ତୀକ୍ଷାଣା, ତୁଷାର ଦେଶପାଣ୍ଡେ ।ମଥିଶା ପତିରଣା । (ଇମ୍ପାକ୍ଟ ପ୍ଲେୟାର)

GT ସମ୍ଭାବ୍ୟ ଏକାଦାଶ: ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରିଦ୍ଧିମାନ ଶାହା, ବିଜୟ ଶଙ୍କର, ଡେଭିଡ ମିଲର, ଦାସୁନ ଶନକା, ରାହୁଲ ତେୱାତିଆ, ରସିଦ ଖାନ, ଯଶ ଦୟାଲ, ମହମ୍ମଦ ସାମି, ନୁର ଅହମ୍ମଦ । ମୋହିତ ଶର୍ମା (ଇମ୍ପାକ୍ଟ ପ୍ଲେୟାର)

ABOUT THE AUTHOR

...view details