ଅହମ୍ମଦାବାଦ: ଫ୍ୟାନ୍ସଙ୍କ ମୁହଁରେ କେବଳ ଖୁସି ଆଉ ଖୁସି । କାହା ଆଖିରେ ଖୁସିର ଲୁହ ତ କିଏ ବିଜୟ ପରେ ଭାବ ବିହ୍ବଳ । ବିଜୟ ଲକ୍ଷ୍ଯ, ବର୍ଷା ବାଧକ ଓ ବିଳମ୍ବିତ ରାତି ପରେ ବି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ କମିନଥିଲା । ଆଇପିଏଲ 16ତମ ସଂସ୍କରଣରେ ଗୁଜୁରାଟ ଟାଇଟନ୍ସକୁ ହରାଇ ପଞ୍ଚମ ଥର ଟ୍ରଫି ଜିତିଛି । ଏହା ପରେ ଖାଲି ସେଲିବ୍ରେସନ ଆଉ ସେଲିବ୍ରେସନ । ଥାଲାଙ୍କ ମୁହଁରେ ମଧ୍ୟ ବିଜୟର ଖୁସି ବାରି ହୋଇ ପଡୁଥିଲା । ଆଶା ଭଲ ଜିନିଷ ଏହା ବେଷ୍ଟ ମଧ୍ୟ ଏବଂ ଭଳ ଜିନିଷର କେବେ ଅନ୍ତ ନଥାଏ ଚେନ୍ନାଇ ସୁପର କିଙ୍ଗସ ଚମ୍ପିଆନ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ।
ଏହା ବି ପଢନ୍ତୁ...IPL 2023 Final: ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ, ଟାଇଟନ୍ସ ସ୍ବପ୍ନ ଧୂଳିସାତ୍
ଅବସର ପ୍ରଶ୍ନର ପ୍ରତିକ୍ରିୟାରେ ଧୋନୀ କହିଛନ୍ତି, ''ଅବସର ପାଇଁ ଏହା ବେଷ୍ଟ ମୂହୂର୍ତ୍ତ । କିନ୍ତୁ ଫ୍ୟାନ୍ସ, ସାଥୀ ଖେଳାଳିଙ୍କଠୁ ଯେଉଁପରି ଭଲ ପାଇବା ମିଳିଛି ସେନେଇ ସମସ୍ତଙ୍କୁ ଧନ୍ୟବାଦ । ମାତ୍ର ଆଗାମୀ 9 ମାସ ପାଇଁ ପ୍ରସ୍ତୁତ ହୋଇ ଆଉ ଏକ ଆଇପିଏଲ ଖେଳିବାକୁ ପ୍ରୟାସ କରିବି । ଏହା ମୋ ପାଇଁ ଏକ ଉପହାର ହେବ । ମ୍ୟାଚ୍ ଖେଳିବାକୁ ଗଲେ ସମସ୍ତେ ଯେବେ ମୋ ନାଁ ନିଅନ୍ତି ମୋ ଆଖି ଲୁହରେ ଭର୍ତ୍ତି ହୋଇଯାଏ । ଏ ବିଜୟ ସମସ୍ତ ଫ୍ୟାନ୍ସ ଓ ସାଥୀ ଖେଳାଳିଙ୍କ ପାଇଁ ।''
ଧୋନୀଙ୍କ ପାଇଁ ବିଜୟ ଉତ୍ସର୍ଗ: ଚେନ୍ନାଇ ଚମ୍ପିଆନ ହେବା ପଛରେ ମୁଖ୍ୟ ଭୂମିକା ତୁାଲାଇଥିବା ରବୀନ୍ଦ୍ର ଜାଡେଜା ଏହି ବିଜୟ ଏମଏସଡିଙ୍କୁ ଉତ୍ସର୍ଗ କରିଛନ୍ତି । ଚାପ ଭିତରେ ହୋମ ଗ୍ରାଉଣ୍ଡରେ ଜାଡେଜା ଯେଉଁ ଭଳି ଶେଷ 2 ବଲରେ ଛକା ଓ ଚୌକା ମାରି ଚେନ୍ନାଇକୁ ଜିତାଇଲେ ସେନେଇ ଖୁସି ବ୍ୟକ୍ତ କରିଛନ୍ତି । ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ଜାଡେଜା । ଏହି ବିଜୟ ଆମ ଦଳର ସ୍ପେସିଆଲ ସଦସ୍ୟ ଏମଏସ ଧୋନୀଙ୍କୁ ଉତ୍ସର୍ଗ କରୁଛି ବୋଲି କହିଛନ୍ତି ରବୀନ୍ଦ୍ର ଜାଡେଜା ।
ଆଇପିଏଲ ଫାଇନାଲରେ ପରାସ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଗୁଜୁରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ତ୍ୟା । ଦଳକୁ ନେଇ ଗର୍ବିତ ଥିବା କହିଛନ୍ତି । ସେ ଆହୁରି କହିଛନ୍ତି, "ଆମେ ଲଢେଇ କରିଥିବାକୁ ଗର୍ବିତ । ଆମର ଏକ ଲକ୍ଷ୍ୟ ରହିଛି ଆମେ ଜିତୁ ଏକାଠୀ ହାରୁ ଏକାଠୀ । ଚେନ୍ନାଇ ସୁପର କିଙ୍ଗସ ଉନ୍ନତ ଖେଳ ପ୍ରଦର୍ଶନ କରିଛି । ଆମେ ମଧ୍ୟ ଖେଳିବାକୁ ପ୍ରୟାସ କରିଛୁ ବିଶେଷ କରି ସାଇ ସୁଦର୍ଶନ ବେଷ୍ଟ୍ ଇନିଂସ ଖେଳିଛନ୍ତି । ଆମ ଉପରେ ଭଗବାନଙ୍କ ଆର୍ଶୀବାଦ ରହିଛି କିନ୍ତୁ ଆଜି ରାତି ସିଏସକେର ଥିଲା । ଯଦି ମୋତେ ଟାଇଟଲ ହାରିବାର ଥିଲା ତେବେ ମହେନ୍ଦ୍ର ସିଂହ ଧୋନୀଙ୍କଠୁ ହାରି ମୁଁ ଖୁସି ।"
ପ୍ରକାଶଥାଉ କି, ଆଇପିଏଲ 16ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ଓ ଡିଫେଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 5 ୱିକେଟରେ ବିଜୟ ହାସଲ କରି ପଞ୍ଚମ ଆଇପିଏଲ ଟ୍ରଫି ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ଦ୍ବିତୀୟ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ଗୁଜୁରାଟକୁ ସଫଳ ବ୍ୟାଟିଂ ଓ ବୋଲିଂ ପରେ ବି ନିରାଶ ହେବାକୁ ପଡିଛି ।