ଓଡିଶା

odisha

ETV Bharat / sports

IPL 2023 DC vs SRH: ଘରୋଇ ମୈଦାନରେ ହାରିଲା ଦିଲ୍ଲୀ, 9 ରନରେ ଜିତିଲା ହାଇଦ୍ରାବାଦ - hyderabad beat delhi

ଆଇପିଏଲର 16ତମ ସଂସ୍କରଣରେ ଆଜି ଆଉ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ମ୍ୟାଚ ହାତେଇବାକୁ ହାଇଦ୍ରାବାଦ ଓ ଦିଲ୍ଲୀ କଡ଼ା ସଂଘର୍ଷ କରିଥିଲେ । ଶେଷରେ ବାଜି ମାରି ନେଇଛି ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ

IPL 2023 DC vs SRH
IPL 2023 DC vs SRH

By

Published : Apr 30, 2023, 12:25 AM IST

ନୂଆଦିଲ୍ଲୀ:ଆଇପିଏଲ 2023ର 40ତମ ମ୍ୟାଚ ଆଜି ରୋମାଞ୍ଚକର ରହିଥିଲା । ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ 9 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ ଦେଇଛି ସନରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ମିଚେଲ ମାର୍ଶ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ଆଜି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଓପନର ଯୋଡ଼ି ଦଳୀୟ ଖାତାରେ 21 ରନ ଯୋଡ଼ି ଥିଲେ। ଏହାପରେ ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ। ଏହାପରେ ରାହୁଲ ତ୍ରିପାଠୀ ମଧ୍ୟ ମାତ୍ର 10 ରନ କରି ପାଭଲିୟନ ଫେରିଥିଲେ । ଅଭିଷେକ ଶର୍ମା 36 ବଲରେ 67 ରନ କରିଥିଲେ । ଯେଉଁଥିରେ 12ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହାପରେ କ୍ଲାସିନ 6 ନମ୍ବରରେ ବ୍ୟାଟିଂ କରିବାକୁ ଆସି 27 ବଲରେ ଦୃତ 53 ରନ କରିଥିଲେ। ଯାହା ଫଳରେ ଦଳୀୟ ସ୍କୋର 197ରେ ପହଞ୍ଚି ପାରିଥିଲା। ଆଉ କୌଣସି ବ୍ୟାଟର ପ୍ରଭାବୀ ପାଳି ଖେଳି ପାରିନଥିଲେ।

ସେପଟେ ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ଶ 4 ଓଭରରେ 27 ରନ ବ୍ୟୟରେ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ। ଏନରିକ ନୋର୍କିଆ 4 ଓଭରରେ 44 ରନ ଖର୍ଚ୍ଚ କରି ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

198 ଟାର୍ଗେଟ ହାସଲ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇ ଦିଲ୍ଲୀ ବ୍ୟାଟର ଫେଲ ମାରିଛନ୍ତି । ପ୍ରଥମ ଓଭରରେ ହିଁ ଭୁବନେଶ୍ବର କୁମାରଙ୍କ ଶିକାର ପାଲଟିଥିଲେ ଡେଭିଡ ୱାର୍ଣ୍ଣର । ଏହାପରେ ସଲ୍ଟ ଓ ମିଚେଲ ମାର୍ଶଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା । ଯାହା ଦଳୀୟ ସ୍କୋରକୁ ଗତି ଦେଇଥିଲେ। ସଲ୍ଟ 35 ବଲରୁ 59 ଓ ମାର୍ଶ 39 ବଲରୁ 63 ରନ କରିଥିଲେ। ଏହି ଯୋଡ଼ି ଭାଙ୍ଗିବା ପରେ ଦିଲ୍ଲୀ ବ୍ୟାଟର ଅତି ସାଧାରଣ ପ୍ରଦର୍ଶନ କରିଥିଲେ । ଏହାରି ମଧ୍ୟର ଅକ୍ଷର ପଟେଲ 14 ବଲରେ ଦୃତ 29 ରନ କରି ଦଳୀୟ ସ୍କୋରକୁ 188ରେ ପହଞ୍ଚାଇଥିଲେ । ବିଜୟଠାରୁ 9 ରନ ପଛରେ ପଡ଼ି ଯାଇଥିଲା ଦିଲ୍ଲୀ ।

ହାଇଦ୍ରାବାଦ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା। ମୟଙ୍କ ମାର୍କଣ୍ଡେ 4 ଓଭରରେ 20 ରନ ଦେଇ ଦୁଇଟି ୱିକେଟ ନେଇଥିଲେ । ଭୁବନେଶ୍ବର କୁମାର, ଅକିଲ ହୁସେନ, ଟି ନଟରାଜନ ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ସଫଳତା ପାଇ ଦଳକୁ ବିଜୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details