ଓଡିଶା

odisha

ETV Bharat / sports

IPL 2023 DC vs RCB: 7 ୱିକେଟରେ ଜିତିଲା ଦିଲ୍ଲୀ, ବାଙ୍ଗାଲୋରର ଶୋଚନୀୟ ପରାଜୟ - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ 2023ରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 7 ୱିକେଟରେ ମାତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି 181 ରନର ବଡ଼ ସ୍କୋର କରିଥିଲେ ମଧ୍ୟ ମହଙ୍ଗା ବୋଲିଂ ପ୍ରଦର୍ଶନ କାରଣରୁ ଆଜିର ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି ବାଙ୍ଗାଲୋର । ଅଧିକ ପଢ଼ନ୍ତୁ

IPL 2023 DC vs RCB
IPL 2023 DC vs RCB

By

Published : May 7, 2023, 12:46 AM IST

ଦିଲ୍ଲୀ: ଫିଲିପ ସଲ୍ଟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 7 ୱିକେଟରେ ମାତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି 181 ରନର ବଡ଼ ସ୍କୋର କରିଥିଲେ ମଧ୍ୟ ମହଙ୍ଗା ବୋଲିଂ ପ୍ରଦର୍ଶନ କାରଣରୁ ଆଜିର ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି ବାଙ୍ଗାଲୋର । ଧୂଆଁଧାର ବ୍ୟାଟିଂ ପାଇଁ ଫିଲିପ ସଲ୍ଟଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବାଙ୍ଗାଲୋରକୁ ଭଲ ଆରମ୍ଭ ଦେଇଥିଲେ ପ୍ରାରମ୍ଭିକ ଯୋଡ଼ି । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ 82 ରନ ଯୋଡ଼ିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି । ତେବେ 32 ବଲରୁ 45 ରନ କରି ପ୍ରଥମେ ମିଚେଲ ମାର୍ଶଙ୍କ ଶିକାର ପାଲଟିଥିଲେ ଡୁପ୍ଲେସିସ । ଏହା ପର ବଲରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ ମାକ୍ସୱେଲ । ବିରାଟ କୋହଲି 46 ବଲରୁ 55 ରନର ପାଳି ଖେଳି ଆଉଟ ହୋଇଥିଲେ । ତେବେ ଦିନେଶ କାର୍ତ୍ତିକ ଆଜି ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ଅଲରାଉଣ୍ଡର ମହିପାଲ ଲୋମରର ଆଜି ଦଳ ପକ୍ଷରୁ ଆକର୍ଷଣୀୟ ପାଳି ଖେଳିଥିଲେ । 29 ବଲରୁ 6 ଚୌକା ଓ 3 ଛକା ବଳରେ ସେ ଅପରାଜିତ 54 ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ 181 ରନରେ ପହଞ୍ଚି ପାରିଥିଲା ।

ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ଶ 3 ଓଭରରେ 21 ରନ ଖର୍ଚ୍ଚ କରି ସର୍ବାଧିକ 2ଟି ୱିକେଟ ନେଇଥିଲେ । ଖଲିଲ ଅହମ୍ମଦ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ମଧ୍ୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଖଲିଲ ଅହମ୍ମଦ 4 ଓଭରରୁ 45 ରନ ବ୍ୟୟ କରିଥିବା ବେଳେ 3 ଓଭରରେ 30 ରନ ଖର୍ଚ୍ଚ କରିଥିଲେ ମୁକେଶ । ଈଶାନ୍ତ ଶର୍ମା 3 ଓଭରରେ 29 ରନ ବ୍ୟୟ କରିଥିଲେ ।

ଏହାପରେ 182 ରନର ବଡ଼ ଲକ୍ଷ୍ୟ ନେଇ ଘରୋଇ ଗ୍ରାଉଣ୍ଡରେ ମୈଦାନକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମରୁ ହିଁ ବାଙ୍ଗାଲୋର ବୋଲରଙ୍କୁ ଆକ୍ରମଣ ଆରମ୍ଭ କରିଥିଲେ ଦିଲ୍ଲୀର ପ୍ରାରମ୍ଭିକ ଯୋଡ଼ି । ପ୍ରଥମ 5 ଓଭରରେ ଦଳୀୟ ଖାତାରେ 60 ରନ ଯୋଡ଼ିବା ପରେ ପ୍ରଥମେ ଆଉଟ ହୋଇଥିଲେ ଅଧିନାୟକ ୱାର୍ନର । ଏହାପରେ ମିଚେଲ ମାର୍ଶ 17 ବଲରୁ 26 ରନର ପାଳି ଖେଳି ଆଉଟ ହୋଇଥିଲେ । ତେବେ ପ୍ରଥମରୁ ଧୂଆଁଧାର ବ୍ୟାଟିଂ ଜାରି ରଖିଥିବା ଫିଲିପ ସଲ୍ଟ କେବଳ 45 ବଲରୁ 8 ଚୌକା ଓ 6 ଛକା ସହିତ ଦୃତ 87 ରନ ସଂଗ୍ରହ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଅନ୍ୟପଟେ ରିଲେ ରୁଷୋ 22 ବଲରୁ ଅପରାଜିତ 35 ରନ ଓ ଅକ୍ଷର ପଟେଲ (8) ଦଳକୁ 7 ୱିକେଟର ମହତ୍ତବପୂର୍ଣ୍ଣ ବିଜୟ ଭେଟି ଦେିଥିଲେ ।

ବାଙ୍ଗାଲୋରର କୌଣସି ବୋଲର ଆଜି ଦିଲ୍ଲୀ ବ୍ୟାଟରଙ୍କ ଆକ୍ରମଣରୁ ବର୍ତ୍ତି ପାରିନଥିଲେ । ତେବେ ଜୋଶ ହାଜଲେଉଡ, କର୍ଣ୍ଣ ଶର୍ମା ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା । ଗ୍ଲେନ ମାକ୍ସୱେଲ, ଜୋଶ ହାଜଲେଉଡ ଓ ୱାନିନ୍ଦୁ ହସରଙ୍ଗାଙ୍କୁ ଛାଡ଼ିଦେଲେ ସମସ୍ତ ବୋଲର ଓଭର ପିଛା 10ରୁ ଅଧିକ ହାରରେ ରନ ବ୍ୟୟ କରିଥିଲେ । ହର୍ଷଲ ପଟେଲ ଓ ମହମ୍ମଦ ସିରାଜ ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details