ଓଡିଶା

odisha

IPL 2023 DC vs MI: ଖାତା ଖୋଲିଲା ମୁମ୍ବାଇ, ଦିଲ୍ଲୀର ପରାଜୟ ଧାରା ଜାରି

By

Published : Apr 11, 2023, 11:51 PM IST

ଦିଲ୍ଲୀକୁ ହରାଇ ଚଳିତ ଆପିଏଲର ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଜିର ମ୍ୟାଚକୁ 6 ୱିକେଟରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ରୋହିତ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଅଧିକ ପଢନ୍ତୁ

IPL 2023 DC vs MI
IPL 2023 DC vs MI

ନୂଆଦିଲ୍ଲୀ: ଚଳିତ ଆପିଏଲ ସଂସ୍କରଣରେ ପ୍ରଥମ ବିଜୟର ସ୍ବାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଲଗାତାର ଦୁଇଟି ମ୍ୟାଚରେ ପରାଜୟ ପରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ 6 ୱିକେଟରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ଏକ ଦମଦାର ଇନିଂସ ଦେଖିବାକୁ ମିଳିଛି । ଯାହା ଫଳରେ ଆଜି ଦଳ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି ।

ଟସ ଜତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁ୍ମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦିଲ୍ଲୀକୁ ଭଲ ଆରମ୍ଭ ମିଳି ପାରିନଥିଲା। ଆଜି ବି ପୃଥ୍ୱୀ ଶ'ଙ୍କ ଫ୍ଲପ ସୋ ଦେଖିବାକୁ ମିଳିଥିଲା । ସେ ମାତ୍ର 15ରନ କରି ହ୍ରିତିକ ସୋକିନଙ୍କ ଶିକାର ପାଲଟିଥିଲେ । ଅନ୍ୟ ପକ୍ଷରେ ୱାର୍ଣ୍ଣରଙ୍କ ପକ୍ଷରୁ ଆଜି ରକ୍ଷଣାତ୍ମକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ 47ଟି ବଲରେ 6ଟି ଚୌକା ସହ 51 ରନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୀଷ ପାଣ୍ଡେ 26 ରନ କରିଥିବା ବେଳେ ଅକ୍ଷର ପଟେଲ 54 କରି ଦଳୀୟ ସ୍କୋରକୁ 172 ରନରେ ପହଞ୍ଚାଇଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ବି କରିପାରିନଥିଲେ।

ମୁମ୍ବାଇ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା। ଫାଷ୍ଟ ବୋଲର ବେରନଡ୍ରଫ୍ ଓ ପିୟୁଷ ଚାୱଲା 3 ଲେଖାଏଁ ୱିକେଟ ନେଇଥିବା ବେଳେ ରିଲେ ମେରେଡିଥ୍ ଦୁଇଟି ୱିକେଟ ନେଇଥିଲେ। ହ୍ରିତିକ ସୋକିନ ଗୋଟିଏ ୱିକେଟ ନେଇ ଦିଲ୍ଲୀକୁ 172 ରନରେ ରୋକି ଥିଲେ।

173 ରନ ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ମୁମ୍ବାଇକୁ ଏକ ଭଲ ଆରମ୍ଭ ମିଳିଥିଲା । ପ୍ରଥମ ୱିକେଟ ପାଇଁ ଦୁଇ ଓପନରଙ୍କ ପାଇଁ 71 ରନର ଭାଗିଦାରୀ ହୋଇଥିଲା। ଏହାପରେ ଇଶାନ କିଶନ ଏକ ସିଙ୍ଗଲ ରନ ନେବା ପ୍ରୟାସରେ ରନ ଆଉଟ ହୋଇଥିଲେ। ଏହାପରେ ତିଲକ ବର୍ମା ମଧ୍ୟ ନିଜ ଅନ୍ଦାଜରେ ବଡ଼ ସଟ ଖେଳିବା ଆରମ୍ଭ କରିଥିଲେ। ତେବେ ସେ 41 ରନ କରି ମୁକେଶ କୁମାରଙ୍କ ବଲରେ ଆଉଟ ହୋଇଥିଲେ। ଆଜି ମଧ୍ୟ ସୂର୍ଯ୍ୟ କୁମାର ଯାଦବ ଖାତା ଖୋଲିବା ପୂର୍ବରୁ ତାଙ୍କୁ ପାଭେଲିୟନ ରାସ୍ତା ଦେଖାଇଥିଲେ ମୁକେଶ କୁମାର। ଦଳୀୟ ସ୍କୋର 143 ବେଳେ ଆଉଟ ହୋଇଥିଲେ ରୋହିତ ଶର୍ମା । ସେ 45ଟି ବଲରେ 4ଟି ଛକା ଓ 6ଟି ଚୌକା ସହ 65 ରନ କରିଥିଲେ । ଏହାପରେ ଟିମ ଡେଭିଡ ଓ କ୍ୟାମେରନ ଗ୍ରୀନ ଦଳକୁ ବିଜୟୀ କରାଇଛନ୍ତି ।

ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ଦୁଇଟି ୱିକେଟ ନେଇଥିବା ବେଳେ ମୁସ୍ତାଫିଜୁର ରେହମାନ ଗୋଟିଏ ୱିକେଟ ନେଇଛନ୍ତି । ଅନ୍ୟ କୌଣସି ବୋଲର ୱିକେଟ ନେବାର ସକ୍ଷମ ହୋଇ ପାରି ନାହାନ୍ତି। ମୁମ୍ବାଇ ମାତ୍ର 4 ୱିକେଟ ବିନିମୟରେ ଟାର୍ଗେଟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details