ଓଡିଶା

odisha

ETV Bharat / sports

IPL 2023: ବଦଳିଲା ଚେନ୍ନାଇ ଓ ଲକ୍ଷ୍ନୌ ମ୍ୟାଚ୍‌ ସମୟ, ମେ' ୪ ନୁହେଁ ୩ରେ ହେବେ ମୁହାଁମୁହିଁ

ଲକ୍ଷ୍ନୌ ନଗର ନିଗମ ନିର୍ବାଚନ କାରଣରୁ ବଦଳିଲା ଆଇପିଏଲ ଖେଳ ସୂଚୀ । ମେ'୪ରେ ଚେନ୍ନାଇ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ମେ' ୩ରେ ଖେଳାଯିବ । ଅଧିକ ପଢ଼ନ୍ତୁ

ବଦଳିଲା ଚେନ୍ନାଇ ଓ ଲକ୍ଷ୍ନୌ ମୁକାବିଲା ସମୟ
ବଦଳିଲା ଚେନ୍ନାଇ ଓ ଲକ୍ଷ୍ନୌ ମୁକାବିଲା ସମୟ

By

Published : Apr 19, 2023, 4:30 PM IST

ହାଇଦ୍ରାବାଦ:ଆଇପିଏଲ ୨୦୨୩ର ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀରେ କିଛି ପରିବର୍ତ୍ତନ ହୋଇଛି । ଚଳିତ ସଂସ୍କରଣର ୪୬ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବାକୁ ପୂର୍ବରୁ ସୂଚୀ ରହିଛି । ଏହି ମ୍ୟାଚ ମେ' ୪ରେ ଖେଳାଯିବାକୁ ପୂର୍ବରୁ ସ୍ଥିର ହୋଇଥିଲା । କିନ୍ତୁ ଏହିଦିନ ଲକ୍ଷ୍ନୌରେ ହେବାକୁ ଥିବା ନଗର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମୟ ସୂଚୀରେ ପରିବର୍ତ୍ତନ କରାଯାଇଛି । ଏହି ମ୍ୟାଚ୍‌ ମେ' ୪ ପରିବର୍ତ୍ତେ ମେ' ୩ରେ ଖେଳାଯିବ ବୋଲି ସ୍ଥିର ହୋଇଛି ।

ପ୍ରକାଶ ଥାଉକି ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ ମେ' ୪ରେ ଡବଲ ହେଡର ମୁକାବିଲା ରହିଥିଲା । ସେହିଦିନ ଅପରାହ୍ନ ୩.୩୦ରେ ଲକ୍ଷ୍ନୌରେ ଚେନ୍ନାଇ ଓ ଲକ୍ଷ୍ନୌ ଏବଂ ସନ୍ଧ୍ୟା ୭.୩୦ରେ ହାଇଦ୍ରାବାଦରେ SRH ଓ KKR ମଧ୍ୟରେ ମ୍ୟାଚ୍‌ ଖେଳାଯିବା ନେଇ ସ୍ଥିର ହୋଇଥିଲା । ତେବେ ସେହିଦିନ ସନ୍ଧ୍ୟାରେ ହେବାକୁ ଥିବା ମୁକାବିଲାରେ କୌଣସି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ଚେନ୍ନାଇ ଓ ଲକ୍ଷ୍ନୌ ମଧ୍ୟରେ ହେବାକୁ ଥିବା ମୁକାବିଲା ୪ ତାରିଖ ପରିବର୍ତ୍ତେ ୩ ତାରିଖ ଅପରାହ୍ନ ୩.୩୦ରେ ହେବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହିଦିନ ସନ୍ଧ୍ୟା ୭.୩୦ରେ ପଞ୍ଜାବ କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ପରସ୍ପରକୁ ଭେଟିବେ ।

ଏହି ସମୟ ପରିବର୍ତ୍ତନରେ ଲକ୍ଷ୍ନୌ ଦଳର କିଛି ପରିମାଣରେ କ୍ଷତି ହେବ । କାରଣ ମେ' ୧ରେ ଦଳ ଘରୋଇ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ । ଏହାପରେ ଚେନ୍ନାଇ ବିପକ୍ଷରେ ଖେଳିବା ପାଇଁ ଦଳକୁ ୨ ଦିନ ବଦଳରେ କେବଳ ଗୋଟିଏ ଦିନ ସମୟ ମିଳିବ । ଅନ୍ୟପଟେ ଚେନ୍ନାଇ ଏହି ମ୍ୟାଚ୍‌ ପୂର୍ବରୁ ଅପ୍ରେଲ ୩୦ରେ ନିଜ ଘରୋଇ ଗ୍ରାଉଣ୍ଡରେ ପଞ୍ଜାବ ବିପକ୍ଷରେ ଖେଳିବ । ତେଣୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରେ ଦଳକୁ ଫାଇଦା ନିଶ୍ଚୟ ହେବ ।

ତେବେ ନିର୍ବାଚନ କାରଣରୁ ଆଇପିଏଲ ସମୟ ସୂଚୀରେ ଏହା ପ୍ରଥମ ପରିବର୍ତ୍ତନ ନୁହେଁ । ଏହା ପୂର୍ବରୁ ୨୦୦୯ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଆଇପିଏଲ ଦକ୍ଷିଣ ଆଫ୍ରିକାରେ ଆୟୋଜନ କରାଯାଇଥିଲା । ସେହିପରି ୨୦୧୪ ଲୋକସଭା ନିର୍ବାଚନ ସରିବା ପର୍ଯ୍ୟନ୍ତ ଆଇପିଏଲ ମ୍ୟାଚ୍‌ ୟୁଏଇରେ ଆୟୋଜିତ ହୋଇଥିଲା । ସେହିଭଳି ଆଇପିଏଲ ୨୦୨୩ରେ ମଧ୍ୟ କର୍ଣ୍ଣାଟକରେ ନିର୍ବାଚନ କାରଣରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ କିଛି ମୁକାବିଲା ବାଙ୍ଗାଲୋର ବାହାରେ ଖେଳିବ ଆରସିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details