ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ତଥା ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଆଇପିଏଲରେ ପଦାର୍ପଣ କରିଛନ୍ତି । ଆଇପିଏଲ 16 ତମ ସଂସ୍କରଣରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳିଛନ୍ତି ଅର୍ଜୁନ ତେନ୍ଦୁଲକର । ସବୁଠୁ ବଡ କଥା ହେଉଛି IPLରେ ସମାନ ଦଳ ପାଇଁ ଖେଳିବାରେ ସଚିନ ଓ ଅର୍ଜନ ପ୍ରଥମ ବାପା-ପୁଅ । 2008ରେ ସଚିନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ପ୍ରତିନିଧିତ୍ବ କରିଥିଲେ । ଅର୍ଜୁନଙ୍କ ଆଇପିଏଲ ପଦାର୍ପଣ ପରେ ସୋସିଆଲ ମିଡିଆରେ ସଚିନ ତେନ୍ଦୁଲକର ତାଙ୍କ ପାଇଁ ଭାବପୂର୍ଣ୍ଣ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ଏହା ବି ପଢନ୍ତୁ...IPL 2023: ରାଜସ୍ଥାନ ରାଜୁତି, 3 ୱିକେଟରେ ହାରିଲା ଗୁଜୁରାଟ
ଅର୍ଜୁନଙ୍କ ପାଇଁ ଦିନଟି ଖୁବ ସ୍ମରଣୀୟ ଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟର ରୋହିତ ଶର୍ମା ଟସ୍ ପୂର୍ବରୁ ଅର୍ଜୁନଙ୍କୁ କ୍ୟାପ ପ୍ରଦାନ କରିଥିଲେ । ନୂଆ ବଲରେ ତାଙ୍କୁ ବୋଲିଂ ଆରମ୍ଭ କରିବାର ସୁଯୋଗ ମିଳିଥିଲା । 2 ଓଭର ବୋଲିଂ କରି ଅର୍ଜୁନ 17 ରନ ଦେଇଥିଲେ । ୱିକେଟ ନେବାରେ ସଫଳ ହୋଇନଥିଲେ ସୁଦ୍ଧା ତାଙ୍କ ପାଖରେ ବୋଲିଂ ଦକ୍ଷତା ଥିବା ପ୍ରମାଣ କରିଥିଲେ । ବାମହାତୀ ବୋଲର ଅର୍ଜୁନ ପ୍ରଥମ ଓଭରରେ 5 ରନ ଦେଇଥିଲେ । ଅର୍ଜୁନଙ୍କ ପ୍ରଥମ ମ୍ୟାଚ ହୋଇଥିବାରୁ ଷ୍ଟାଡିୟମରେ ତାଙ୍କ ଭଉଣୀ ସାରା ତେନ୍ଦୁଲକର ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୦୯ ମସିହାରେ କୋଲକାତା ବିପକ୍ଷରେ ବୋଲିଂ କରିଥିଲେ ସଚିନ ତେନ୍ଦୁଲକର । ପ୍ରଥମ ଓଭରରେ ସେ ୫ ରନ୍ ବ୍ୟୟ କରିଥିଲେ । ଗତକାଲିର ମ୍ୟାଚ୍ରେ ବି ଅର୍ଜୁନ ପ୍ରଥମ ଓଭରରେ ୫ ରନ୍ ଖର୍ଚ୍ଚ କରିଥିଲେ ।