ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ନୂଆ ସମ୍ଭାବନା ଆକାଶ ମଧୱାଲ । ଆଇପିଏଲ ଏଲିମିନେଟର ମ୍ୟାଚରେ ମଧୱାଲଙ୍କ ମ୍ୟାଜିକ ବଳରେ ମୁମ୍ବାଇ ଲକ୍ଷ୍ନୌ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଯୁବ ପେସ ବୋଲର ଆକାଶ ମଧୱାଲ ଘାତକ ବୋଲିଂ କରି ମୁମ୍ବାଇକୁ ବିଜୟ ଭେଟି ଦେଇଥିଲେ । 3 ଓଭର 3ଟି ବଲ ବୋଲିଂ କରି 5 ରନ ଦେଇ 5ଟି ୱିକେଟ ହାତେଇଥିଲେ ଆକାଶ । ଏବେ ଏହି ଘାତକ ବୋଲରଙ୍କୁ ନେଇ ଚର୍ଚ୍ଚା । ଆକାଶଙ୍କ ଜୀବନ କାହାଣୀ ଭାରତୀୟ ପୂର୍ବତନ ଅଧିକନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ କାହାଣୀ ପରି ରହିଛି । ତେବେ ଆଇପିଏଲ୍ ଏଲିମିନେଟର ମ୍ୟାଚରେ 5ଟି ଓ୍ୱିକେଟ ନେବାରେ ସେ ପ୍ରଥମ ଖେଳାଳି ବନିବା ସହିତ ରେକର୍ଡ କରିଛନ୍ତି ।
2 ବର୍ଷ ଥିଲେ JE:ଉତ୍ତରାଖଣ୍ଡ ରାମନଗରବାସୀ ଆକାଶ ମଧୱାଲ । 29 ବର୍ଷୀୟ ଆକାଶ ଋଡକୀ ଆର୍ମି ସ୍କୁଲରୁ ସ୍କୁଲ ପାଠପଢା ଶେଷ କରିଥିଲେ । ଏହା ପରେ କଲେଜ ଅଫ୍ ଇଞ୍ଜିନିୟରିଂରୁ ସିଭିଲ ଇଞ୍ଜିନିୟରିଂ ପାସ କରିଥିଲେ । ଏହାପରେ ବହାଦରାବାଦ ବ୍ଲାକରେ 2026-2028 ଯାଏ ଜୁନିୟର ଇଞ୍ଜିନିୟରିଂ ଭାବେ ଚାକିରି କରିଥିଲେ । ମାତ୍ର କ୍ରିକେଟ ପ୍ରତି ଆକାଶଙ୍କର ଆହେତୁକ ଦୁର୍ବଳତା ଥିଲା । ତେଣୁ କ୍ରିକେଟ ଟ୍ରାଏଲ ଦେଇଥିଲେ ଆକାଶ । ଏହାପରେ ଉତ୍ତରାଖଣ୍ଡ ପାଇଁ କ୍ରିକେଟ ଖେଳିଥିଲେ । ଏହି ପରି ଆକାଶଙ୍କ ଜୀବନ କାହାଣୀ ମଧ୍ୟ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜୀବନ କାହାଣୀ ସହ ମେଳ ଖାଉଛି । କାରଣ ଏମଏସଡି ସଫଳ କ୍ରିକେଟର ହେବା ପୂର୍ବରୁ ରେଲୱେ ଟିଟି ଭାବେ ଚାକିରି କରୁଥିଲେ ।