ମୁମ୍ବାଇ:5ଥର ଆଇପିଏଲ ଚମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଜି ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ । ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଜି ଏହି ମ୍ୟାଚରେ 19000 ବାଳିକା ଷ୍ଟାଡିୟମରେ ବସି ମ୍ୟାଚ ଦେଖିବା ସହ ମୁମ୍ବାଇକୁ ଚିୟରଅଫ କରିବେ । ରିଲାଏନ୍ସ ଫାଉଣ୍ଡେସନ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଏଜୁକେସନ ଆଣ୍ଡ ସ୍ପୋର୍ଟ୍ସ ଫର ଅଲ କାର୍ଯ୍ୟକ୍ରମ ଅଧୀନରେ ଏହି ବାଳିକାମାନଙ୍କୁ ମ୍ୟାଚ ଦେଖିବାର ସୁଯୋଗ ମିଳିବ ।
36ଟି ଏନଜିଓର ବାଳିକାମାନଙ୍କ ସମେତ 200ଜଣ ଭିନ୍ନକ୍ଷମ ବାଳିକା ମ୍ୟାଚ ଦେଖିବାକୁ ସୁଯୋଗ ପାଇବେ । ଏହି ବାଳିକାମାନଙ୍କ ଯାତାୟତ ପାଇଁ ମୁ୍ମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 500ଟି ବସରେ ସେମାନଙ୍କୁ ବସରେ ଷ୍ଟାଡିୟମ ଅଣାଯିବ । ଏବଂ 2 ହଜାର ଭଲ୍ୟୁଣ୍ଟର ଏଥିରେ ନିୟୋଜିତ ହେବେ । 100,000 ଫୁଡ ବକ୍ସ ଏବଂ ଆବଶ୍ୟକୀୟ ପିଇବା ପାଣି ମହଜୁତ କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ଜର୍ସି ପିନ୍ଧି ଖେଳାଳିଙ୍କୁ ଉତ୍ସାହିତ କରିବେ । ମ୍ୟାଚ ଦେଖିବାକୁ ସୁଯୋଗ ପାଇଥିବାରୁ ବାଳିକା ମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ ହାରୁଥିଲେ ବି ତାର ଏହି ପ୍ରୟାସ ପାଇଁ ସେ ସମସ୍ତଙ୍କ ମନ ଜିଣିଛି ।