ଅହମ୍ମଦାବାଦ:ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଆଜି (ଶୁକ୍ରବାର) ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ଖେଳାଯିବ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍ରେ ବିଜେତା ଦଳ ଫାଇନାଲକୁ ଯିବ ଓ ପରାଜୟ ଦଳର ଅଭିଯାନ ଶେଷ ହେବ । କାହାର ଭାଗ୍ୟ ସାଥ୍ ଦେଉଛି ତାହା ମ୍ୟାଚ୍ ପରେ ସ୍ପଷ୍ଟ ହେବ ।
ଇଡେନ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନକୁ ହରାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଗୁଜୁରାଟ ଟାଇଟନ୍ସ ପ୍ରଥମ ଟିମ ଭାବେ ଫାଇନାଲରେ ପହଞ୍ଚିସାରିଛି । ସେହିପରି ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ପରାସ୍ତ କରିଥିଲା ବାଙ୍ଗାଲୋର । ଫଳରେ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଆଜି ଫାଇନାଲ ଟିକେଟ ପାଇଁ ଲଢେଇ ହେବ ।
ଏଲିମିନେଟର ମୁକାବିଲା ଜିତିବା ପରେ ଫାଫ ଡୁ ପ୍ଲେସିସଙ୍କ RCBର ମନୋବଳ ଦୃଢ ଅଛି । ତେବେ ଦଳର ଷ୍ଟାର ଖେଳାଳି କୋହଲି, ଗ୍ଲେନ ମ୍ୟାକ୍ଲୱେଲ ଓ ଡୁ ପ୍ଲେସିସଙ୍କୁ ସଫଳ ହେବାକୁ ପଡିବ । ଏହି ୩ ଖେଳାଳି ସଫଳ ହେଲେ ଦଳର ବିଜୟ ସହଜ ହେବ । ରଜତ ପଟିଦାରଙ୍କ ପ୍ରଦର୍ଶନ ଉପରେ ପୁଣି ସମସ୍ତଙ୍କ ନଜର ରହିବ । ସୁପରଜିଆଣ୍ଟ୍ସ ବିପକ୍ଷରେ ମ୍ୟାଚ୍ ବିଜୟୀ ଶତକୀୟ ଇଂନିସ ଖେଳିଥିଲେ ପାଟିଦାର ।