ଓଡିଶା

odisha

By

Published : May 16, 2022, 12:41 PM IST

ETV Bharat / sports

IPL 2022: ପ୍ଲେ-ଅଫ୍‌ କସରତ, ଦିଲ୍ଲୀ-ପଞ୍ଜାବ ପାଇଁ କର ବା ମର ମ୍ୟାଚ୍‌

ଗୁଜରାଟ, ରାଜସ୍ଥାନ ଓ ଲକ୍ଷ୍ନୌ ପ୍ଲେ-ଅଫ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ଚତୁର୍ଥ ସ୍ଥାନକୁ ନେଇ ଏବେବି ସସପେନ୍ସ ଲାଗିରହିଛି । ଅଧିକ ପଢନ୍ତୁ

ଆଜି ଦିଲ୍ଲୀ-ପଞ୍ଜାବ ମୁକାବିଲା
ଆଜି ଦିଲ୍ଲୀ-ପଞ୍ଜାବ ମୁକାବିଲା

ମୁମ୍ବାଇ:ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) ପ୍ଲେ-ଅଫ ପର୍ଯ୍ୟାୟ । ସ୍ଥାନ ପକା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଗୁଜରାଟ, ରାଜସ୍ଥାନ ଓ ଲକ୍ଷ୍ନୌ ପ୍ଲେ-ଅଫ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ଚତୁର୍ଥ ସ୍ଥାନକୁ ନେଇ ଏବେବି ସସପେନ୍ସ ଲାଗିରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 14 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଥିଲେ ମଧ୍ୟ ହାତ ମାତ୍ର ଗୋଟିଏ ମ୍ୟାଚ୍‌ ରହିଛି । ଫଳରେ ପଞ୍ଜାବ ଓ ଦିଲ୍ଲୀ ପାଇଁ ଏବେବି 14 ପଏଣ୍ଟ ହାସଲ କରିବା ସୁଯୋଗ ରହିଛି । ଆଜିର ମ୍ୟାଚ୍‌ରେ ଦିଲ୍ଲୀ ପାଇଁ ଶେଷ ସୁଯୋଗ ରହିଛି । ପ୍ଲେ-ଅଫ୍‌ ଟିକେଟ ପାଇଁ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି ଋଷଭ ପନ୍ତଙ୍କ ନେତୃତାଧୀନ ଦିଲ୍ଲୀ କ୍ୟାପିଟାଲ୍ସ (DC) । ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟ ବିଜୟ ଆଶାରେ ରହିଛି ।

ଉଭୟ ଦଳ ସମାନ 12 ପଏଣ୍ଟ ପାଇଛନ୍ତି । ଉନ୍ନତ ରନ ରେଟ ଆଧାରରେ କ୍ୟାପିଟାଲ୍ସ ପଞ୍ଚମ ଓ ପଞ୍ଜାବ ସପ୍ତମ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ଉଭୟ ଦଳ ପାଇଁ କର ବା ମର ସଦୃଶ ସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚ ବିଜୟୀ ଦଳ ପଏଣ୍ଟ ତାଲିକାର ଶ୍ରେଷ୍ଠ 4କୁ ଉଠିବ । ପରାଜିତ ଦଳର ପ୍ଲେ- ଅଫ ଆଶା ଆଶଙ୍କାରେ ରହିବ । ତେଣୁ ଆଜିର ମ୍ୟାଚକୁ ଜିତିବାକୁ ଦୁଇ ଦଳ କୌଣସି କମି ରଖିବେ ନାହିଁ । ମ୍ୟାଚ ଜିତିବାକୁ ସବୁ କୌଶଳର ବିନିଯୋଗ କରିବେ ।

କ୍ୟାପିଟାଲ୍ସ ଓ କିଙ୍ଗ୍ସ ଦଳ ନିଜ ନିଜ ପୂର୍ବ ମ୍ୟାଚ ଜିତିଛନ୍ତି । ଦୁଇ ଦଳର ମନୋବଳ ଦୃଢ ରହିଛି । ଶେଷ ମ୍ୟାଚରେ ଦିଲ୍ଲୀ ରାଜସ୍ଥାନକୁ ହରାଇଥିଲା । ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣର ଦଳକୁ ଜିତାଇଥିଲେ । ପଞ୍ଜାବ ତାର ଶେଷ ମ୍ୟାଚରେ ବାଙ୍ଗାଲୋରକୁ ହରାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details