ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ଟୁର୍ଣ୍ଣାମେଣ୍ଟର ସପ୍ତମ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ(LSG) ଓ ଚେନ୍ନାଇ ସୁପର କିଙ୍ଗ୍ସ(CSK) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଲକ୍ଷ୍ନୌ କ୍ୟାପଟେନ୍ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମ ବ୍ୟାଟିଂ କରିବ ଚେନ୍ନାଇ । ବ୍ରାବୋର୍ନୋ ଷ୍ଟାଡିୟମ ମୁମ୍ବାଇରେ ଏହି ମୁକାବିଲା ଖେଳାଯାଉଛି । ଚେନ୍ନାଇ ଓ ଲକ୍ଷ୍ନୌ ସେମାନଙ୍କର ପ୍ରଥମ ମୁକାବିଲାରେ ପରାସ୍ତ ହୋଇସାରିଥିବାରୁ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ ।
ଚୁଡାନ୍ତ ଏକାଦଶ