ଓଡିଶା

odisha

ETV Bharat / sports

IPL 2022: ସୁପରକିଙ୍ଗ୍ସ ବିପକ୍ଷରେ ଟସ୍‌ ଜିତିଲା RCB

ବାଙ୍ଗାଲୋର କ୍ୟାପଟେନ୍‌ ଫାଫ ଡୁପ୍ଲେସିସ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେବାସହ ସିଏସକେକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

IPL 2022: Royal Challengers Bangalore won the toss elect to bowl against Chennai Super Kings
IPL 2022: ସୁପରକିଙ୍ଗ୍ସ ବିପକ୍ଷରେ ଟସ୍‌ ଜିତିଲା RCB

By

Published : Apr 12, 2022, 7:09 PM IST

Updated : Apr 12, 2022, 7:34 PM IST

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022ର ୨୨ତମ ମ୍ୟାଚ୍‌ ଚେନ୍ନାଇ ସୁପରକିଙ୍ଗ୍ସ(CSK) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ମଧ୍ୟରେ ଖେଳାଯାଉଛି । ବାଙ୍ଗାଲୋର କ୍ୟାପଟେନ୍‌ ଫାଫ ଡୁପ୍ଲେସିସ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେବାସହ ସିଏସକେକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । RCB ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ବାଙ୍ଗାଲୋର ଟିମର ଷ୍ଟାର ବୋଲର ହର୍ଷଲ ପଟେଲ ତାଙ୍କର ଭଉଣୀଙ୍କ ଦେହାନ୍ତ ଯୋଗୁଁ ଘରକୁ ଫେରିଯାଇଛନ୍ତି । ଫଳରେ ଟିମକୁ ଫେରିଛନ୍ତି ଭେଟେରାନ ଅଷ୍ଟ୍ରେଲୀୟ ବୋଲର ଜସ ହେଜେଲଉଡ୍‌ । ସେହିପରି ଯୁବ ଖେଳାଳି ସୁୟଶ ପ୍ରଭୁଦେଶାଇଙ୍କୁ ମଧ୍ୟ ସୁଯୋଗ ଦେଇଛି ଟିମ । ତେବେ ଚେନ୍ନାଇ ସୁପରକିଙ୍ଗ୍ସ ଗତ ମ୍ୟାଚ୍‌ରେ ଖେଳିଥିବା ସମାନ ଚୁଡାନ୍ତ ଏକାଦଶ ନେଇ ପଡିଆକୁ ଓହ୍ଲାଇଛି ।

ଚୁଡାନ୍ତ ଏକାଦଶ:

ଚେନ୍ନାଇ ସୁପରକିଙ୍ଗ୍ସ: ରବିନ ଉଥାପ୍ପା, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା(କ୍ୟାପଟେନ୍‌), ମହେନ୍ଦ୍ର ସିଂହ ଧୋନି, ଡ୍ବାଇନ ବ୍ରାଭୋ, କ୍ରିସ ଜୋର୍ଡାନ, ମହୀଶ ଥିକସାନା, ମୁକେଶ ଚୌଧୁରୀ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ ଡୁ ପ୍ଲେସିସ(କ୍ୟାପଟେନ୍‌), ଅନୁଜ ରାୱତ, ବିରାଟ କୋହଲି, ଗ୍ଳେନ ମାକ୍ସୱେଲ, ଦିନେଶ କାର୍ତ୍ତିକ(ୱିକେଟ କିପର), ଶାହାବାଜ ଅହମ୍ମଦ, ୱାନିନ୍ଦୁ ହସରଙ୍ଗା, ସୁୟଶ ପ୍ରଭୁଦେଶାଇ, ଜସ ହେଜେଲଉଡ୍‌, ମହମ୍ମଦ ସିରାଜ, ଆକାଶ ଦୀପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2022, 7:34 PM IST

ABOUT THE AUTHOR

...view details