ଓଡିଶା

odisha

ETV Bharat / sports

IPL 2022: ଉମେଶ ଯାଦଙ୍କ ଘାତକ ବୋଲିଂ, ପଞ୍ଜାବ୍‌ ୧୩୭ରେ ଅଲଆଉଟ୍‌ - ଆଇପିଏଲ ୨୦୨୨ ନ୍ୟୁଜ

ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୭ ରନ୍‌ରେ ଅଲଆଉଟ୍‌ ହୋଇଛି । ଫଳରେ KKR ସାମ୍ନାରେ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

IPL 2022: Punjab kings bundled out for 137 by kolkata knight riders
IPL 2022: ଉମେଶ ଯାଦଙ୍କ ଘାତକ ବୋଲିଂ, ପଞ୍ଜାବ୍‌ ୧୩୭ରେ ଅଲଆଉଟ୍‌

By

Published : Apr 1, 2022, 9:21 PM IST

Updated : Apr 1, 2022, 10:08 PM IST

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅଷ୍ଟମ ମୁକାବିଲା କୋଲକାତା ନାଇଟ ରାଇଡର୍ସ(KKR) ଓ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ଖେଳାଯାଉଛି । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୭ ରନ୍‌ରେ ଅଲଆଉଟ୍‌ ହୋଇଛି । ଫଳରେ KKR ସାମ୍ନାରେ ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଦ୍ରୁତ ବୋଲର ଉମେଶ ଯାଦବ କୋଲକାତା ପକ୍ଷରୁ ଘାତକ ବୋଲିଂ କରିଛନ୍ତି । ୪ ଓଭରରେ ମାତ୍ର ୨୩ ରନ୍‌ ବ୍ୟୟ କରି ୪ଟି ୱିକେଟ ହାତେଇଛନ୍ତି ।

ସେହିପରି ଟିମ ସାଉଦୀ ୨ଟି, ଆନ୍ଦ୍ରେ ରସେଲ ଓ ସୁନିଲ ନାରିନ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି । ତେବେ ଶିବମ ମାବି ଦୁଇ ଓଭର ବୋଲିଂ କରି ୩୯ ରନ୍‌ ବ୍ୟୟ କରିବା ସହ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ବ୍ୟାଟ୍‌ର KKR ବୋଲରଙ୍କୁ ମୁକାବିଲା କରିବାକୁ ବିଫଳ ହୋଇଛନ୍ତି ।

କ୍ୟାପେଟନ ମୟଙ୍କ ଅଗ୍ରୱାଲ ମାତ୍ର ୧ ରନ୍‌ରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ଅନ୍ୟତମ ଓପନର ଶିଖର ଧାୱନ ମଧ୍ୟ କିଛି ଖାସ୍‌ କରିପାରିନଥିଲେ । ତେବେ ୱିକେଟ କିପର ରାଜପାକ୍‌ସା ସର୍ବାଧିକ ୩୧ ରନ୍‌ର ଇଂନିସ ଖେଳିଥିଲେ । ଲିଭିଷ୍ଟୋନ ୧୯ ଓ ଶେଷ ଭାଗରେ କାଗିସୋ ରବାଡା ୨୫ ରନ୍‌ର ଇଂନିସ ଖେଳି ପଞ୍ଜାବକୁ ସମ୍ମାନଜନକ ସ୍ଥୋର୍‌ରେ ପହଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2022, 10:08 PM IST

ABOUT THE AUTHOR

...view details