ମୁମ୍ବାଇ:ଚଳିତ TATA IPL 2022ର ନବମ ମୁକାବିଲା ଦୁଇ ଶକ୍ତିଶାଳୀ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ସଞ୍ଜୁ ସାମସନଙ୍କ ନେତୃତାଧୀନ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୯୩ ରନ୍ ସଂଗ୍ରହ କରିଛି । ଫଳରେ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳତମ ଟିମ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୧୯୪ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ରାଜସ୍ଥାନ ଓପନର ଜସ୍ ବଟଲରଙ୍କ ବ୍ୟାଟ୍ରୁ ଏହି ମ୍ୟାଚ୍ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ଶତକୀୟ ଇଂନିସ ଦେଖିବାକୁ ମିଳିଛି । ଫଳରେ TATA IPLର ପ୍ରଥମ ଶତକୀୟ ଇଂନିସ ବଟଲରଙ୍କ ନାମରେ ହୋଇଛି । ଏହା ବଟଲରଙ୍କ ବ୍ୟକ୍ତିଗତ ଦ୍ବିତୀୟ ଓ ରାଜସ୍ଥାନ ପାଇଁ ମଧ୍ୟ ଦ୍ବିତୀୟ ଆଇପିଏଲ ଶତକ । ମାତ୍ର ୬୮ ବଲ୍ରୁ ୧୧ ଚୌକା ଓ ୫ଟି ଛକା ସହାୟତାରେ ମାରାଥନ ୧୦୦ ରନ୍ର ଇଂନିସ ଖେଳିଛନ୍ତି ଏହି ଇଂଲିସ ବ୍ୟାଟ୍ର । ସେହିପରି କ୍ୟାପଟେନ୍ ସଞ୍ଜୁ ସାମସନ ୨୧ ବଲ୍ରୁ ୩୦ ଓ ସିମ୍ରନ ହେଟମେୟର ୧୪ ବଲ୍ରୁ ୩୫ ରନ୍ର ଦ୍ରୁତ ଇଂନିସ ଖେଳିଛନ୍ତି ।