ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ରେ ଆଜି ରହିଛି ଦୁଇଟି ମୁକାବିଲା । ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରହିଥିବାବେଳେ ଦ୍ବିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରହିଛି । ପ୍ରଥମ ମ୍ୟାଚ୍ ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀ ମୁମ୍ବାଇରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ କ୍ୟାପଟେନ୍ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ସଞ୍ଜୁ ସାମସନଙ୍କ ନେତୃତାଧୀନ ରାଜସ୍ଥାନ ରୟାଲ୍ସ ।
ଏହା ଉଭୟ ରାଜସ୍ଥାନ ଓ ମୁମ୍ବାଇ ପାଇଁ ଟୁର୍ଣ୍ଣାମେଣ୍ଟରେ ନିଜର ଦ୍ବିତୀୟ ମୁକାବିଲା । ରାଜସ୍ଥାନ ପ୍ରଥମ ମ୍ୟାଚ୍ରେ ବଡ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଦ୍ବିତୀୟରେ ଥିବାବେଳେ, ମୁମ୍ବାଇ ନିଜର ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିଲା । ଫଳରେ ଏହି ମ୍ୟାଚ୍ରେ IPLର ସବୁଠୁ ସଫଳତମ ଟିମ ମୁମ୍ବାଇ ବିଜୟ ଟ୍ରାକ୍କୁ ଫେରିବା ଲକ୍ଷ୍ୟରେ ରହିଛି ।
ଚୂଡାନ୍ତ ଏକାଦଶ