ମୁମ୍ବାଇ: ଆଇପିଏଲ ୨୦୨୨ର ୨୦ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୫ ରନ୍ ସଂଗ୍ରହ କରିଛି । ଫଳରେ ଲକ୍ଷ୍ନୌ ସାମ୍ନାରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ରାଜସ୍ଥାନ ପକ୍ଷରୁ ଷଅଟାର ବ୍ୟାଟ୍ର ସିମ୍ରନ ହେଟମେୟର ସର୍ବାଧିକ ୫୯ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୩୬ ବଲ୍ରୁ ଗୋଟିଏ ଚୌକା ଓ ୬ଟି ଛକା ସହାୟତାରେ ୫୯ ରନ୍ର ଉପଯୋଗୀ ଇଂନିସ ଖେଳିଛନ୍ତି କାରବିୟନ ପାୱରହିଟର । ସେହପରି ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୨୩ ବଲ୍ରୁ ଦ୍ରୁତ ୨୮ ରନ୍ର ଇଂନିସ ଖେଳିଛନ୍ତି ।