ମୁମ୍ବାଇ:ଆଇପିଏଲ ୨୦୨୨ର ଏକାଦଶତମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୦ ରନ୍ ସଂଗ୍ରହ କରିଛି । ଫଳରେ CSK ସାମ୍ନାରେ ୧୮୧ ରନ୍ର ବିଜୟ ଲକ୍ଷ୍ୟ ରହିଛି । ପଞ୍ଜାବ ପକ୍ଷରୁ ଲିଆମ ଲିଭିଂଷ୍ଟୋନ ୩୨ ବଲ୍ରୁ ସର୍ବାଧିକ ୬୦ ରନ୍ର ଇଂନିସ ଖେଳିଛନ୍ତି । ଅନ୍ୟପଟେ CSK ପକ୍ଷରୁ ଡ୍ବାଇନ ପ୍ରିଟୋରିସ ଓ କ୍ରିସ ଜୋର୍ଡାନ ଦୁଇଟି ଲେଖାଏଁ ୱିକେଟ ହାତେଛନ୍ତି ।
ମ୍ୟାଚ୍ର ଦ୍ବିତୀୟ ବଲ୍ରେ ମୁକେଶ ଚୌଧୁରୀ, ପଞ୍ଜାବ କ୍ୟାପଟେନ ମୟଙ୍କ ଅଗ୍ରୱାଲଙ୍କୁ ଆଉଟ୍ କରି CSK କ୍ୟାପଟେନ ଜାଡେଜାଙ୍କ ଟସ୍ ଜିତି ବୋଲିଂ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ । ପରେ ଭାନୁକା ରାଜପକ୍ସାଙ୍କୁ ଧୋନି ରନଆଉଟ୍ କରିବା ପରେ ପଞ୍ଜାବର ସ୍କୋର ୧୪/୨ ହୋଇଥିଲା ।