ଓଡିଶା

odisha

ETV Bharat / sports

IPL 2022: ରାହୁଲଙ୍କ ଅପରାଜିତ ଶତକ, ମୁମ୍ବାଇ ସାମ୍ନାରେ ଟାର୍ଗେଟ ୨୦୦

ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୯ ରନ୍‌ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ

By

Published : Apr 16, 2022, 5:41 PM IST

Updated : Apr 16, 2022, 5:58 PM IST

IPL 2022: KL Rahul 103 lifts Lucknow Super Giants to 199
IPL 2022: ରାହୁଲଙ୍କ ଅପରାଜିତ ଶତକ, ମୁମ୍ବାଇ ସାମ୍ନାରେ ଟାର୍ଗେଟ ୨୦୦

ମୁମ୍ବାଇ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୨୬ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୯ ରନ୍‌ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୨୦୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଲକ୍ଷ୍ନୌ ପକ୍ଷରୁ କ୍ୟାପଟେନ କେଏଲ ରାହୁଲ ଦମଦାର ଶତକୀୟ ଇଂନିସ ଖେଳିଛନ୍ତି ।

ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଅପେକ୍ଷାରେ ଥିବା ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା ଟସ୍‌ ଜିତି ଲକ୍ଷ୍ନୌକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଏହାପରେ ଲକ୍ଷ୍ନୌର ଦୁଇ ଷ୍ଟାର ଓପନର କେଏଲ ରାହୁଲଓ କ୍ବିଣ୍ଟନ ଡିକକ୍‌ ଅର୍ଦ୍ଧଶତକୀୟ ଭାଗିଦାରୀ ସହ ବଡ ସ୍କୋରର ମୂଳଦୁଆ ପକାଇଥିଲେ । ଉଭୟଙ୍କ ମଧ୍ୟରେ ୫.୩ ଓଭରରେ ୫୨ ରନ୍‌ର ଭାଗିଦାରୀ ହୋଇଥିଲା । ପରେ ପ୍ରଥମ ଖେଳାଳି ଭାବେ ଡିକକ୍‌, ଫାବିଏନ ଆଲେନଙ୍କ ଦ୍ବାରା ୨୪ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଆଉଟ୍‌ ହୋଇଥିଲେ ।

ପରେ ରାହୁଲଙ୍କୁ ଅନ୍ୟତମ ଷ୍ଟାର ବ୍ୟାଟ୍‌ର ମନୀଷ ପାଣ୍ଡେଙ୍ସ ଭରପୁର ସାଥ୍‌ ମିଳିଥିଲା । ପାଣ୍ଡେ ୨୯ ବଲ୍‌ରୁ ୩୮ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳିଥିଲେ ଓ ମାର୍କସ ଷ୍ଟୋଇନିସ ୧୦ ଓ ଦୀପକ ହୁଡ୍ଡା ୧୫ ରନ୍‌ କରିଥିଲେ । ମାତ୍ର ଲକ୍ଷ୍ନୌ ବ୍ୟାଟିଂର ହିରୋ ରହିଥିଲେ କ୍ୟାପଟେନ କେଏଲ ରାହୁଲ । ମାତ୍ର ୬୦ ବଲ୍‌ରୁ ୯ଟି ଚୌକା ଓ ୫ଟି ଛକା ସହାୟତାରେ ଅପରାଜିତ ୧୦୩ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି ରାହୁଲ । ଏହାମଧ୍ୟ ରାହୁଲଙ୍କ ୧୦୦ତମ ଆଇପିଏଲ ମ୍ୟାଚ୍‌ । ଫଳରେ ୧୦୦ତମ ମ୍ୟାଚ୍‌କେ ଶତକ ହାସଲ କରି ନିଆରା ରେକର୍ଡ କରିଛନ୍ତି ରାହୁଲ ।

ଅନ୍ୟପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ୪ଜଣ ବିଦେଶୀ ଖେଳାଳିଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜୟଦେବ ଉନଦକତ ୨ଟି, ମୁରୁଗାଁ ଅଶ୍ବିନ ଗୋଟିଏ ଓ ଫାବିଏନ ଆଲେନ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2022, 5:58 PM IST

ABOUT THE AUTHOR

...view details