ମୁମ୍ବାଇ:ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜରାଟ ଟାଇଟନ୍ସର(GT) ଆଉ ଏକ ଦମଦାର ବିଜୟ । ଶନିବାର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୫ତମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସକୁ(KKR) ୮ ରନ୍ରେ ହରାଇଛି ଗୁଜରାଟ । ଫଳରେ ୭ଟି ମ୍ୟାଚ୍ରୁ ୬ଟି ବିଜୟ ସହିତ ମୋଟ ୧୨ ପଏଣ୍ଟ ହାସଲ କରି ପୁଣି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଗୁଜରାଟ ।
ପ୍ରଥମେ ବ୍ୟାଟିଂ କରି ଗୁଜରାଟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୬ ରନ୍ ସଂଗ୍ରହ କରିଥିଲା ଟାଇଟନ୍ସ । ଫଳରେ KKR ସାମ୍ନାରେ ୧୫୭ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ମାତ୍ର କୋଲକାତା ୮ ୱିକେଟ ହରାଇ ୧୪୮ ରନ୍ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା । ଗୋଟିଏ ଓଭରରେ ୪ଟି ୱିକେଟ ହାସଲ କରି ବଲ୍ରେ କମାଲ କରିଥିବା ଆନ୍ଦ୍ର ରସେଲ ବ୍ୟାଟ୍ରେ ମଧ୍ୟ ଦମ ଦେଖାଇଥିଲେ ।