ଓଡିଶା

odisha

ETV Bharat / sports

IPL 2022: ରାଜସ୍ଥାନ ସାମ୍ନାରେ ଟାର୍ଗେଟ ୧୯୩ ରଖିଲା ଗୁଜୁରାଟ ଟାଇଟନ୍ସ

ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୨ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

By

Published : Apr 14, 2022, 9:20 PM IST

Updated : Apr 14, 2022, 10:38 PM IST

IPL 2022: Gujarat Titans set a target of 193 against rajasthan royals
IPL 2022: ରାଜସ୍ଥାନ ସାମ୍ନାରେ ଟାର୍ଗେଟ ୧୯୩ ରଖିଲା ଗୁଜରାଟ ଟାଇଟନ୍ସ

ମୁମ୍ବାଇ:ଆଇପିଏଲ ୨୦୨୨ର ୨୪ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୯୨ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଗୁଜୁରାଟ ପକ୍ଷରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୮୭ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । ୫୨ ବଲ୍‌ରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୮୭ ରନ୍‌ର ଇଂନିସ ଖେଳିଛନ୍ତି ପାଣ୍ଡ୍ୟା । ସେହିପରି ଅଭିନବ ମନୋହର ୨୮ ବଲ୍‌ରୁ ୪୩ ରନ୍‌ର ଦ୍ରୁତ ଇଂନିସ ଖେଳିଛନ୍ତି । ଷ୍ଟାର ବ୍ୟାଟ୍‌ର ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ ସହ ୧୪ ବଲ୍‌ରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୧ ରନ୍‌ର ଇଂନିସ ଖେଳିଛନ୍ତି ।

ଓପନର ଶୁଭମନ ଗିଲ୍‌ ୧୩ ଓ ମାଥ୍ୟୁ ୱେଡ୍‌ ୧୨ ରନ୍‌ କରିଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ ୩ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସି ଅଲରାଉଣ୍ଡର ବିଜୟ ଶଙ୍କର ପୁଣି ନିରାଶ କରିଛନ୍ତି । ଅନ୍ୟପଟେ ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ୍‌, ୟୁଜଭେନ୍ଦ୍ର ଚହଲ ଓ ରିୟାନ ପରାଗ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।

Last Updated : Apr 14, 2022, 10:38 PM IST

ABOUT THE AUTHOR

...view details