ପୁନେ: ଶୁଭମନ ଗିଲ୍ଙ୍କ ଧୂଆଁଧାର ୪୬ ବଲ୍ରୁ ୮୪ ରନ୍ର ଇଂନିସ ବଳରେ ଗୁଜୁରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୭୧ ରନ୍ ସଂଗ୍ରହ କରିଛି ।
IPL 2022: ଗିଲ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦିଲ୍ଲୀ ସାମ୍ନାରେ ଟାର୍ଗେଟ ୧୭୨ - ଆଇପିଏଲ ୨୦୨୨ ନ୍ୟୁଜ
ଶୁଭମନ ଗିଲ୍ଙ୍କ ଧୂଆଁଧାର ୪୬ ବଲ୍ରୁ ୮୪ ରନ୍ର ଇଂନିସ ବଳରେ ଗୁଜୁରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୭୧ ରନ୍ ସଂଗ୍ରହ କରିଛି । ଅଧିକ ପଢନ୍ତୁ
IPL 2022: ଗିଲ୍ଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦିଲ୍ଲୀ ସାମ୍ନାରେ ଟାର୍ଗେଟ ୧୭୨
ଗିଲ୍ଙ୍କ ବ୍ୟତୀତ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲ୍ରୁ ୩୧ ଓ ଡେଭିଡ ମିଲର ୧୫ ବ୍ଲରୁ ୨୦ ରନ୍ର ଅପରାଜିତ ଇଂନିସ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳୁଥିବା ମୁସ୍ତାଫିଜୁର ରେହମାନ ୨୩ ରନ୍ ବ୍ୟୟ କରି ୩ଟି ୱିକେଟ ହାତେଇଛନ୍ତି । ସେହିପରି ଖଲିଲ ଅହମ୍ମଦ ୩୪ ରନ୍ରେ ୨ଟି ୱିକେଟ ଅକ୍ତିଆର କରିଛନ୍ତି ।
ସଂକ୍ଷିପ୍ତ ସ୍କୋର: ଗୁଜରାଟ ଟାଇଟନ୍ସ: ୧୭୧/୬, ୨୦ ଓଭର(ଶୁଭମନ ଗିଲ୍ ୮୪; ମୁସ୍ତାଫିଜୁର ରେହମାନ ୩/୨୩) ।