ନୂଆଦିଲ୍ଲୀ: ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଯଥାକ୍ରମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB), ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ମୁମ୍ବାଇ ଇଣ୍ଡିଆନ୍ସ(MI) ଜର୍ସିରେ ନଜର ଆସିବେ । ୨୦୨୨ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ(IPL) ପାଇଁ ମେଗା ନିଲାମ ପୂର୍ବରୁ ୮ଟି ଫ୍ରାଞ୍ଚାଇଜ ରିଟେନ କରିଥିବା ଖେଳାଳିଙ୍କ ତାଲିକା ମଙ୍ଗଳବାର ଘୋଷଣା କରିଛନ୍ତି ।
ପ୍ରତ୍ୟେକ ଫ୍ରାଞ୍ଚାଇଜ କେବଳ ୪ଜଣ ଖେଳାଳିଙ୍କୁ ରିଟେନ କରିପାରିବା ନେଇ ନିୟମ ରହିଥିଲା । ତେବେ ଦୁଇଜଣ ଭାରତୀୟ ଓ ଦୁଇଜଣ ବିଦେଶୀ ଖେଳାଳି କିମ୍ବା ୩ଜଣ ଭାରତୀୟ ଜଣେ ବିଦେସୀ ଖେଳାଳିଙ୍କୁ ଗୋଟିଏ ଫ୍ରାଞ୍ଚାଇଜ ରିଟେନ କରିବା ନେଇ ସମୀକରଣ ରହିଥିଲା ।
ନଜର ପକାନ୍ତୁ ସଂପୂର୍ଣ୍ଣ ତାଲିକା ଉପରେ:
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:ବିରାଟ କୋହଲି(୧୫ କୋଟି), ଗ୍ଳେନ ମାକ୍ସୱେଲ(୧୧ କୋଟି), ମହମ୍ମଦ ସିରାଜ(୭ କୋଟି) । RCB ପାଖରେ ବାକି ଖେଳାଳିଙ୍କୁ ନିଲାମରେ କିଣିବା ପାଇଁ ୫୭ କୋଟି ବଳକା ଅର୍ଥ ରହିଛି।
ମୁମ୍ବାଇ ଇଣ୍ଡିଆନ୍ସ:ରୋହିତ ଶର୍ମା(୧୬ କୋଟି), ଜଶପ୍ରୀତ ବୁମରା(୧୨ କୋଟି), ସୂର୍ଯ୍ୟକୁମାର ଯାଦବ(୮ କୋଟି), କିରଣ ପୋଲାର୍ଡ(୬ କୋଟି) । ବଳକା ଅର୍ଥ ୪୮ କୋଟି ।
ପଞ୍ଜାବ କିଙ୍ଗ୍ସ:ମୟଙ୍କ ଅଗ୍ରୱାଲ(୧୨ କୋଟି), ଅର୍ଶଦୀପ ସିଂହ(୪ କୋଟି) । ନିଲାମ ପାଇଁ ଅର୍ଥ ରହିଛି ୭୪ କୋଟି ।