ମୁମ୍ବାଇ:ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ୩୫ତମ ମୁକାବିଲା ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଟାଇଟାନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୬ ରନ୍ ସଂଗ୍ରହ କରିଛି । ଫଳରେ KKR ସାମ୍ନାରେ ୧୫୭ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
IPL 2022: KKR ବୋଲରଙ୍କ କମାଲ, ୧୫୬ ରନ୍ରେ ଅଟକିଲା GT - କୋଲକାତା ନାଇଟ ରାଇଡର୍ସ ବନାମ ଗୁଜରାଟ ଟାଇଟନ୍ସ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ଟାଇଟାନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୬ ରନ୍ ସଂଗ୍ରହ କରିଛି । ଫଳରେ KKR ସାମ୍ନାରେ ୧୫୭ ରନ୍ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ
କୋଲକାତାର ଦୁଇ ଷ୍ଟାର ବୋଲର ଟିମ ସାଉଦୀ ଓ ଅଲରାଉଣ୍ଡର ଆନ୍ଦ୍ର ରସେଲଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ରସେଲ ଗୋଟିଏ ଓଭର ବୋଲିଂ କରି ୫ ରନ୍ ବ୍ୟୟରେ ୪ଟି ୱିକେଟ ହାସଲ କରିଛନ୍ତି । ସେହିପରି ସାଉଦୀ ୪ ଓଭରରେ ୨୪ ରନ୍ ବ୍ୟୟରେ ୩ଟି ୱିକେଟ ହାତେଇଛନ୍ତି । ଉମେଶ ଯାଦବ ଓ ଶିବମ ମାବିଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି । ପ୍ରଥମ ୧୦.୩ ଓଭରରେ ୨ଟି ୱିକେଟ ହରାଇ ୮୩ ରନ୍ ସହ ସୁବିଧାଜନକ ସ୍ଥିତିରେ ରହିଥିଲା ଗୁଜରାଟ । ତେବେ ପରବର୍ତ୍ତୀ ୧୦ ଓଭରରେ ମାତ୍ର ୭୩ ରନ୍ ଯୋଡିପାରିଥିଲା ଟାଇଟନ୍ସ ।
ଅନ୍ୟପଟେ ଗୁଜରାଟ ପକ୍ଷରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୬୭ ରନ୍ର ଇଂନିସ ଖେଳିଛନ୍ତି । ୪୯ ବଲ୍ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୬୭ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ସେହିପରି ଭେଟେରାନ ଓପନର ରିଦ୍ଧିମାନ ଶାହା ୨୫ ଓ ଡେଭିଡ ମିଲର ୨୫ ରନ୍ର ଇଂନିସ ଖେଳିଛନ୍ତି ।