ମୁମ୍ବାଇ: ସ୍ଥାନୀୟ ଡିୱାଇ ପାଟିଲ ଷ୍ଟାଡିୟମରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୪୯ ରନ୍ ସଂଗ୍ରହ କରିଛି । ଫଳରେ ଲକ୍ଷ୍ନୌ ସାମ୍ନାରେ ୧୫୦ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
IPL 2022: ପୃଥ୍ବୀଙ୍କ ଅର୍ଦ୍ଧଶତକ, ଦିଲ୍ଲୀକୁ ୧୪୯ ରନ୍ରେ ରୋକିଲା ଲକ୍ଷ୍ନୌ - ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ
ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୪୯ ରନ୍ ସଂଗ୍ରହ କରିଛି । ଫଳରେ ଲକ୍ଷ୍ନୌ ସାମ୍ନାରେ ୧୫୦ ରନ୍ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ
![IPL 2022: ପୃଥ୍ବୀଙ୍କ ଅର୍ଦ୍ଧଶତକ, ଦିଲ୍ଲୀକୁ ୧୪୯ ରନ୍ରେ ରୋକିଲା ଲକ୍ଷ୍ନୌ IPL 2022: bowlers shines as Lucknow Super Giants restrict Delhi capitals at 149](https://etvbharatimages.akamaized.net/etvbharat/prod-images/768-512-14957970-thumbnail-3x2-ipl.jpg)
IPL 2022: ପୃଥ୍ବୀଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଦିଲ୍ଲୀକୁ ୧୪୯ ରନ୍ରେ ରୋକିଲା ଲକ୍ଷ୍ନୌ
ଦିଲ୍ଲୀ ପକ୍ଷରୁ ଓପନର ପୃଥ୍ବୀ ଶ ସର୍ବାଧିକ ୬୧ ରନ୍ର ଇଂନିସ ଖେଳିଛନ୍ତି । ୩୪ ବଲ୍ରୁ ୯ଟି ଚୌକା ଓ ୨ଟି ଛକା ସହାୟତାରେ ୬୧ ରନ୍ର ଧୁଆଁଧାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ତେବେ ଅନ୍ୟତମ ଓପନର ଡେଭିଡ ୱାର୍ଣ୍ଣର ଆରମ୍ଭରୁ ବିଫଳ ହୋଇଛନ୍ତି । କ୍ୟାପଟେନ୍ ଋଷଭ ପନ୍ତ ୩୬ ବଲ୍ରୁ ୩୯ ଓ ସର୍ଫରାଜ ଖାନ ୨୮ ବଲ୍ରୁ ୩୬ ରନ୍ର ଉପଯୋଗୀ ଇଂନିସ ଖେଳିଛନ୍ତି । ଅନ୍ୟପଟେ ଲକ୍ଷ୍ନୌ ପକ୍ଷରୁ ଯୁବ ସ୍ପିନର ରବି ବିଷ୍ଣୋଇ ୨ଟି ଓ କ୍ରୀଷ୍ଣାପ୍ପା ଗୌତମ ଗୋଟିଏ ୱିକେଟ ହାସଲ କରିଛନ୍ତି ।