ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ଚେନ୍ନାଇ ସୁପର କିଙ୍ଗ୍ସ ଷ୍ଟାର ବ୍ୟାଟର୍ ଋତୁରାଜ ଗାଏକ୍ବାଡ । ରବିବାର ଘରକୁ ଫେରିବା ପରେ ଋତୁରାଜଙ୍କ ମା' ତାଙ୍କୁ ବନ୍ଦାପନା କରି ସ୍ବାଗତ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ରେ ସଫଳ ଯାତ୍ରା ପରେ ଘରକୁ ଫେରିଛନ୍ତି ଋତୁରାଜ ।
୨୪ ବର୍ଷୀୟ ଋତୁରାଜ IPL 2021 ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ବ୍ୟକ୍ତିଗତ ରନ୍ ସଂଗ୍ରହ କରିବା ସହ ସର୍ବକନିଷ୍ଠ ଖେଳାଳି ଅରେଞ୍ଜ କ୍ୟାପ୍ ବିଜେତା ହୋଇଛନ୍ତି । ଗୋଟିଓ ଶତକ ଓ ୭ଟି ଅର୍ଦ୍ଧଶତକୀୟ ଇଂନିସ ବଳରେ ୪୫.୩୫ ଆଭରେଜ୍ରେ ୬୩୫ ରନ୍ ସଂଗ୍ରହ କରିଛନ୍ତି CSK ଓପନର ଋତୁରାଜ । ଗତ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସକୁ ୨୭ ରନ୍ରେ ହରାଇ CSK ଚତୁର୍ଥ IPL ଟ୍ରଫି ବିଜେତା ହୋଇଛି ।
ଦୁବାଇରୁ ଫେରିବା ପରେ ଗାଏକ୍ବାଡଙ୍କୁ ମା'ଙ୍କ ଦ୍ବାରା ପାରମ୍ପରିକ ସ୍ବାଗତ ମିଳିଛି । ଏହି ସମୟର ଏକ ଭିଡିଓ CSK ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛି ।