ଓଡିଶା

odisha

ETV Bharat / sports

IPL 2021: ଟସ୍‌ ଜିିତିଲେ ବିରାଟ, ବ୍ୟାଟିଂ କରିବ RCB

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ୩୧ତମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଅଧିକ ପଢନ୍ତୁ...

By

Published : Sep 20, 2021, 7:12 PM IST

Updated : Sep 20, 2021, 7:28 PM IST

IPL 2021: Royal Challengers Bangalore won the toss opt to bat first against KKR
IPL 2021: ଟସ୍‌ ଜିିତିଲେ ବିରାଟ, ବ୍ୟାଟିଂ କରିବ RCB

ଆବୁଧାବି: ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଆଇପିଏଲ ୨୦୨୧ ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ୩୧ତମ ମ୍ୟାଚ୍‌ । ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଇଆନ ମୋର୍ଗାନଙ୍କ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ରହିଛି ।

ଏହି ମ୍ୟାଚରେ ବ୍ଲୁ ଜର୍ସି ପିନ୍ଧି ମହାମାରୀ COVID-19 ସହିତ ପ୍ରତ୍ୟେକ୍ଷ ଲଢେଇ କରିଥିବା ସମ୍ମୁଖ ଯୋଦ୍ଧାଙ୍କ ସମ୍ମାନ ଜଣାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) । ସେଥିପାଇଁ ଏହି ମ୍ୟାଚ୍‌କୁ କୋହଲିଙ୍କ ଟିମ ପାଇଁ ସ୍ବତନ୍ତ୍ର ହେଇଛି । ଏହି ମଧ୍ୟ RCB କ୍ୟାପଟେନ କୋହଲିଙ୍କ ପାଇଁ ୨୦୦ତମ ଆଇପିଏଲ ମ୍ୟାଚ ହୋଇଛି ।

KKR ପକ୍ଷରୁ ଭେଙ୍କଟସ ଆୟର IPL ଡେବ୍ୟୁ କରିଥିବାବେଳେ, କେଏସ ଭାରତ ଓ ୱାହିନ୍ଦୁ ହସରଙ୍ଗା RCB ପାଇଁ ପ୍ରଥମ IPL ମ୍ୟାଚ ଖେଳୁଛନ୍ତି ।‌

ଚୁଡାନ୍ତ ଏକାଦଶ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:ବିରାଟ କୋହଲି (କ୍ୟାପଟେନ), ଦେବଦତ୍ତ ପାଦିକ୍କଲ, କେଏସ ଭାରତ, ଗ୍ଳେନ ମାକ୍ସୱେଲ, ଏବି ଡିଭିଲିୟର୍ସ, ସଚିନ ବେବି, ୱାହିନ୍ଦୁ ହସରଙ୍ଗା, କେଲ ଜେମିଏସନ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

କୋଲକାତା ନାଇଟ ରାଇଡର୍ସ: ଶୁଭମନ ଗିଲ୍‌, ଭି ଆୟର, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଇଆନ ମୋର୍ଗାନ(କ୍ୟାପଟେନ), ଦିନେଶ କାର୍ତ୍ତିକ, ସୁନୀଲ ନାରିନ, ଆନ୍ଦ୍ରେ ରସେଲ, ଲୁକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରୀଷ୍ଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 20, 2021, 7:28 PM IST

ABOUT THE AUTHOR

...view details